ଶ୍ରୀନଗର: ଜମ୍ମୁ-କାଶ୍ମୀର ରଜୋରି ଜିଲ୍ଲାର ସୁନ୍ଦରବନି ସେକ୍ଟରରେ ମଙ୍ଗଳବାର ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ସେପଟେ ଭାରତୀୟ ଯବାନଙ୍କ ପାଲଟା ଯବାବରେ ପାକିସ୍ତାନର ୨ ଯବାନ ନିହତ ହୋଇଛନ୍ତି ।
ମଙ୍ଗଳବାର ରଜୌରି ଜିଲ୍ଲାର ସୁନ୍ଦରବନି ସେକ୍ଟର ଏବଂ କୁପୱାଡାର ତାଙ୍ଗଧାର ଓ କେରନ ସେକ୍ଟରରେ ଭାରତୀୟ ସେନାର ଚେକ ପୋଷ୍ଟ ଗୁଡିକୁ ଟାର୍ଗେଟ କରି ପାକ୍ ସେନା ପକ୍ଷରୁ ଭାରିମାତ୍ରାରେ ଗୁଳିମାଡ ଏବଂ ମୋର୍ଟାର ସେଲିଂ କରାଯାଇଥିଲା । ତେବେ ଏହାର ପାଲଟା ଜବାବରେ ତାଙ୍ଗଧାର ଓ କେରନ ସେକ୍ଟରରେ 2 ପାକିସ୍ତାନୀ ଯବାନଙ୍କୁ ନିହତ କରିଛନ୍ତି ଭାରତୀୟ ସେନା ।