ETV Bharat / bharat

ମୋଦି ଜିତିବା ଖବରରେ ପାକିସ୍ତାନ ଛାନିଆ - reaction

ପାକ ମିଡିଆରେ ଜୋର ଧରିଛି ଭାରତ ଏକଜିଟ ପୋଲ୍‌ ଫଳାଫଳ ଚର୍ଚ୍ଚା । ମୋଦି ସରକାର ପୁଣି ଥରେ କ୍ଷମତାସୀନ ହେଲେ କାଶ୍ମୀରରେ ଉଚ୍ଛେଦ ହୋଇପାରେ 370 ଧାରା ଓ 35-ଏ । ଏଥିରେ ଭୟଭୀତ ହୋଇ ଥରହର ପାକିସ୍ତାନ ।

ଫାଇଲ ଫଟୋ
author img

By

Published : May 21, 2019, 8:34 PM IST

ନୂଆଦିଲ୍ଲୀ: ପୁଣି ଥରେ ଏନଡିଏ ବହୁମତ ହାସଲ କରି ସରକାର ଗଢିବ । ଏ ନେଇ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇବା ପରେ ପାକିସ୍ତାନ ବ୍ୟସ୍ତବିବ୍ରତ । ଲଗାତାର ମିଡିଆ କରୁଛି ତର୍କବିତର୍କ । ଚଲାଇଛି ସନ୍ଧାନ ଓ ଅନୁସନ୍ଧାନ । ଏଥିରୁ ପାକର ଚିନ୍ତା ସ୍ପଷ୍ଟ ବାରି ହୋଇପଡ଼ୁଛି ।

ମେ 23କୁ ପାକିସ୍ତାନୀଙ୍କ ଅପେକ୍ଷା । ଗଣମାଧ୍ୟମରେରେ ଚାଲିଛି ଭାରତ ନିର୍ବାଚନ ଚର୍ଚ୍ଚା । ଏକଜିଟ ପୋଲ ରିପୋର୍ଟରେ ଏନଡିଏ ସରକାର ଗଢିବ ପ୍ରକାଶ ପାଇବା ପରେ ବିରୋଧୀ ବ୍ୟତୀତ ଛାନିଆ ହୋଇଯାଇଛି ପାକିସ୍ତାନ । ଏକଜିଟ ପୋଲ ଫଳାଫଳ ଉପରେ ଯୁକ୍ତିତର୍କ କରି ଗଣମାଧ୍ୟମରେ କୁହାଯାଇଛି ଯେ, ‘ଆଗରୁ ମୁଦ୍ରାସ୍ପୀତି, ଭ୍ରଷ୍ଟାଚାର, ବିକାଶ, ସୁରକ୍ଷା ଆଦି ମୁଦ୍ଦାକୁ ପଛରେ ଛାଡି ଅଚାନକ ପୁଲୱାମା , ବାଲକୋଟ, ଅଭିନନ୍ଦନ ଆଦିକୁ ଅସ୍ତ୍ର କରି ପାକକୁ ଟାର୍ଗେଟ କରୁଛନ୍ତି । ତେବେ ଏନେଇ ଆମେ ମଧ୍ୟ ଆଲର୍ଟ ରହିଛୁ ବୋଲି କୁହାଯାଇଛି ।’

ପୂର୍ବରୁ ଭାଜପା ନିର୍ବାଚନୀ ଇସ୍ତାହାର ପତ୍ରରେ ଜମ୍ମୁକାଶ୍ମୀରରେ 370 ଧାରା ଓ 35-ଏ ହଟାଇବାକୁ କହିଛି । ଯାହାଫଳରେ କାଶ୍ମୀରର ମାହୋଲ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ପାକ ଉପରେ ପଡିବ ବୋଲି ଗଣମାଧ୍ୟମରେ ଆଲୋଚନା ହୋଇଛି । ପାକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦୀର୍ଘ 70 ବର୍ଷରେ ଭାରତରେ ଏପରି ନିର୍ବାଚନ ହୋଇନାହିଁ । ଚଳିତ ଲୋକସଭା ନିର୍ବାଚନ ଭାରତ ସମେତ ପାକ ପାଇଁ ମଧ୍ୟ ମହତ୍ବପୂର୍ଣ୍ଣ । ଯଦି ପରିସ୍ଥିତି ବଦଳେ ତେବେ ପାକ ଚରମପନ୍ଥୀ ସଂଗଠନ କାଶ୍ମୀରମୁହାଁ ରହିବେ । ଫଳରେ ଆଗକୁ ଯୁଦ୍ଧ ସୁନିଶ୍ଚିତ ଭାବି ଆଗୁଆ ଭୟଭୀତ ହେଲେଣି ପାକବାସୀ ।

Intro:Body:

FGHF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.