ETV Bharat / bharat

6 ମାସରେ ସୀମାରେ 2400 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌, ନେଇଛି 14 ମୁଣ୍ଡ

author img

By

Published : Jul 3, 2020, 5:24 PM IST

ଗତ 6 ମାସ ମଧ୍ୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ 2400 ରୁ ଅଧିକ ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି । ଏହି ଘଟଣାରେ ଭାରତର 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 88 ଜଣ ଆହତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ଅସ୍ତ୍ରବିରତି ଉଲ୍ଲଂଘନ
ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍ ଅଫ କଣ୍ଟ୍ରୋଲ( ଏଲଓସି)ରେ ଲଗାତାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି । ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନା ବିରୋଧ କରୁଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଗତ 6 ମାସ ମଧ୍ୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ 2400 ରୁ ଅଧିକ ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି । ଏହି ଘଟଣାରେ ଭାରତର 14 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 88 ଜଣ ଆହତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

2003 ମସିହାରେ ଭାରତ ଏବଂ ପାକିସ୍ତାନ ଏଲଓସି ଏବଂ ଆନ୍ତର୍ଜାତୀୟ ସୀମା (ଆଇବି)ରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ତଥାପି ପାକିସ୍ତାନ ବୁଝାମଣାର ସର୍ତ୍ତାବଳୀକୁ କ୍ରମାଗତ ଭାବରେ ଉଲ୍ଲଂଘନ କରୁଥିବ ଭାରତ ଅଭିଯୋଗ କରିଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନ ନିକଟରେ ତୀବ୍ର ପ୍ରତିବାଦ କରିଛି । ଏହା ସହିତ ପାକିସ୍ତାନୀ ଯବାନଙ୍କ ଦ୍ବାରା ଆତଙ୍କବାଦୀଙ୍କୁ ସୀମା ଅନୁପ୍ରବେଶ ପାଇଁ କରାଯାଉଥିବା ସହାୟତାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ, ଚଳିତ ବର୍ଷ ଜୁନ୍ 2020 ସୁଦ୍ଧା ପାକିସ୍ତାନ ସୈନିକ ଏଲଓସିରେ 2,432 ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି । ଏଥିରେ 14 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ଏବଂ 88 ଜଣ ଭାରତୀୟ ଆହତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.