ETV Bharat / bharat

ପାକ ଯବାନଙ୍କୁ କୋରୋନା ପଜିଟିଭ, ଆଇସୋଲେସନରେ ଅଛନ୍ତି 230 ଜଣ

author img

By

Published : Mar 26, 2020, 11:49 PM IST

ମୋଟ 230 ପାକ-ଯବାନଙ୍କୁ ସଂକ୍ରମଣର ଆଶଙ୍କା ରହିଥିବାରୁ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ 40 ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।

corona virus news, corona update, pak army corona positive, corona in pakistan, ପାକିସ୍ତାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନୀ ସେନାଙ୍କୁ କୋରୋନା, କୋରୋନା ଭାଇରସ ଅପଡେଟ
ପାକ-ସେନାଙ୍କୁ କୋରୋନା ପଜିଟିଭ, ଆଇସୋଲେସନରେ ଅଛନ୍ତି 230 ଜଣ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନରେ ସୀମାରେ ନାହିଁ କୌଣସି ପ୍ରତିବନ୍ଧକ । ଯେଉଁଥିପାଇଁ ଏବେ ଦୃତଗତିରେ ପାକିସ୍ତାନରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୂତ୍ରାନୁସାରେ ପାକିସ୍ତାନ ଯବାନଙ୍କ ମଧ୍ୟରେ ବହୁ ସଂଖ୍ୟକ କୋରୋନା ଭାଇରସର ଲକ୍ଷଣ ଦେଖାଦେଇଛି । ମୋଟ 230 ପାକ-ଯବାନଙ୍କୁ ସଂକ୍ରମଣର ଆଶଙ୍କା ରହିଥିବାରୁ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ 40 ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।

ଗିଲଗିତ-ବାଲ୍ଟିସ୍ତାନରେ 28, ଡୋମେଲରେ 41, ବାଗରେ 9, ରାୱଲାକୋଟରେ 14, ମୀରପୁରରେ 45 ଏବଂ ଖୈବର ପଖ୍ତନଖ୍ବାରେ 55 ପାକିସ୍ତାନୀ ସୈନୀକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେହିପରି ମୁଜଫରାବାଦରେ 21, ରାୱଲାକୋଟରେ 9, କୋଟଲୀରେ 2, ବାଲୁଚିସ୍ତାନରେ 8 ଏବଂ ଖୈବର ପଖ୍ତୁନଖ୍ବା-ପଞ୍ଜାବରେ ଜଣେ ଜଣେଙ୍କୁ କୋରୋନା ପଜିଟିଭ ରିପୋର୍ଟ ଆସିଛି ।

ପାକିସ୍ତାନ ନିଜର କ୍ବାରେଣ୍ଟାଇନ ସେଣ୍ଟର ପିଓକେ ଏବଂ ଗିଲଗିଟ-ବାଲ୍ଟିସ୍ତାନରେ ସ୍ଥାପିତ କରିଛି । ଏହି ପଦକ୍ଷେପ ଦ୍ବାରା ପାକିସ୍ତାନର ମୁଖ୍ୟ ଇଲାକା ଯେପରିକି ପଞ୍ଜାବ ଭଳି ଅଞ୍ଚଳରେ ଭାଇରସ ବୃଦ୍ଧି ପାଇବାର କୌଣସି ବିପଦ ରହିବ ନାହିଁ । ଏହାସହ କୋରୋନାକୁ ନିୟନ୍ତ୍ରଣ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.