ETV Bharat / bharat

ଲଗାତାର ତୃତୀୟ ଦିନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ - Indian army

ଗତ 2 ଦିନ ଧରି ପାକିସ୍ତାନ ପୁଞ୍ଚ ସମେତ ବିଭିନ୍ନ ସେକ୍ଟରରେ ଗୁଳିମାଡ ଜାରି ରଖିଛି । ସକାଳେ ଓ ସନ୍ଧ୍ୟା 2 ବେଳା ଏହା ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଅଧିକ ପଢନ୍ତୁ...

ଲଗାତାର ତୃତୀୟ ଦିନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Jun 12, 2020, 11:01 PM IST

ପୁଞ୍ଚ: ଲଗାତାର ତୃତୀୟ ଦିନ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ସେହିପରି 3 ଦିନ ଧରି ଏହା ଦିନକୁ 2 ଥର ଗୁଳିମାଡ କରୁଛି । ଶୁକ୍ରବାର ସକାଳେ ଜମ୍ମୁ ଓ କାଶ୍ମୀରର ବାରମୂଳାରେ ଗୁଳିମାଡ କରିଥିବା ପାକ୍ ସନ୍ଧ୍ୟାରେ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।

ଖବର ଅନୁସାରେ ସନ୍ଧ୍ୟା 7ଟା 50 ମିନିଟରେ ପୁଞ୍ଚର ଶାହାପୁର, କିରଣୀ, ବାଲାକୋଟେ ଓ କସବା ସେକ୍ଟରରେ ଏହି ଗୁଳିମାଡ ହୋଇଛି । ଏହାସହ ରଜୌରୀର ମଞ୍ଜାକୋଟେ ସେକ୍ଟରରେ ମଧ୍ୟ ଗୁଳି ଓ ମୋର୍ଟାର ମାଡ କରିଛି ପାକ୍ ସେନା । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି । ସେହିପରି ପୂର୍ବରୁ ସକାଳେ ବାରମୂଳାର ରାମପୁର ଓ ଉରି ସେକ୍ଟରରେ ପାକିସ୍ତାନ ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ବୋଲି ଭାରତୀୟ ସେନା ସୂଚନା ଦେଇଛି ।

ଗତ 2 ଦିନ ଧରି ପାକିସ୍ତାନ ପୁଞ୍ଚ ସମେତ ବିଭିନ୍ନ ସେକ୍ଟରରେ ଗୁଳିମାଡ ଜାରି ରଖିଛି । ସକାଳେ ଓ ସନ୍ଧ୍ୟା 2 ବେଳା ଏହା ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଗୋଟିଏ ପଟେ କୋରୋନା ପରିସ୍ଥିତି ଉଭୟ ଦେଶରେ ଖରାପ ହୋଇଥିବାବେଳେ ପାକ୍ ସେନା ସୀମାରେ ନିଜ ଔଦ୍ଧତ୍ୟ ପ୍ରଦର୍ଶନ କରିବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.