ETV Bharat / bharat

ସଂସଦରେ ପହଞ୍ଚିଲେ ଚିଦାମ୍ବରମ, ପିଆଜ ଦରକୁ ନେଇ ସରକାରଙ୍କୁ ଟାର୍ଗେଟ - p chidambaram protest

ଗତକାଲି ଜେଲରୁ ମୁକୁଳିବା ପରେ ଗୁରୁବାର ସଂସଦ ପହଞ୍ଚିଛନ୍ତି ଚିଦାମ୍ବରମ । ପିଆଜ ଦରବୃଦ୍ଧିକୁ ନେଇ  କଂଗ୍ରେସ ନେତାଙ୍କ ସହ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେ ।

p-chidambaram
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 5, 2019, 11:44 AM IST

ନୂଆଦିଲ୍ଲୀ: ଜେଲରୁ ବାହାରକୁ ଆସିବା ମାତ୍ରେ ଆକ୍ସନ ମୁଡରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ସଂସଦରେ ପିଆଜ ଦରବୃଦ୍ଧିକୁ ନେଇ ଶାସକ ଦଳକୁ ଘେରିଛନ୍ତି ସେ । ଗତକାଲି ଜେଲରୁ ମୁକୁଳିବା ପରେ ଗୁରୁବାର ସଂସଦରେ ପହଞ୍ଚିଛନ୍ତି ଚିଦାମ୍ବରମ । ପିଆଜ ଦରବୃଦ୍ଧିକୁ ନେଇ କଂଗ୍ରେସ ନେତାଙ୍କ ସହ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଯେଉଁ ସରକାର ଲୋକଙ୍କୁ ପିଆଜ ଏବଂ ରସୁଣ କମ ଖାଇବାକୁ ପରାମର୍ଶ ଦେଉଛନ୍ତି ସେ ସରକାରଙ୍କୁ ଶାସନ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ । ଏହା ସହିତ ଅର୍ଥ ବ୍ୟବସ୍ଥା ମାମଲାରେ ମୋଦି ସରକାର ସମ୍ପୂର୍ଣ୍ଣ ଫେଲ ମାରିଥିବା ଚିଦାମ୍ବରମ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଆଜ ଦରବୃଦ୍ଧିକୁ ନେଇ ଅଦ୍ଭୁତ ବୟାନ ଦେଇଥିଲେ । କଂଗ୍ରେସ ନେତା ପିଆଜ ଦରବୃଦ୍ଧି ପ୍ରସଙ୍ଗ ଉଠାଇବାରୁ ନିର୍ମଳା ଜବାବ ଦେଇ କହିଥିଲେ, ମୁଁ ଅତ୍ୟଧିକ ପିଆଜ ରସୁଣ ଖାଏନାହିଁ । ମୋ ପରିବାରରେ ପିଆଜର କୌଣସି ଗୁରୁତ୍ବ ନାହିଁ ବୋଲି ସେ କହିଥିଲେ । ଯାହାକୁ ନେଇ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.