ETV Bharat / bharat

ଭାରତୀୟଙ୍କୁ ପ୍ରଥମେ ମିଳିପାରେ ‌ଅକ୍ସଫୋର୍ଡ କୋଭିଡ୍ ଟୀକା - Australia to offer doses for free

୨୦୨୦ ଶେଷ ସୁଦ୍ଧା ପ୍ରଥମେ ଅକ୍ସଫୋର୍ଡ-ଆଷ୍ଟ୍ରଜେନିକା କୋଭିଡ୍-୧୯ ଟୀକା ପ୍ରଥମେ ପାଇବାକୁ ଭାରତ ଆଶା କରୁଛି। ଏହି ଟୀକା ମିଳିବାର ଅଳ୍ପ କେତେ ସପ୍ତାହ ପରେ ଯଦି ପରୀକ୍ଷଣ ସଫଳ ହୁଏ ତେବେ ସ୍ବଦେଶୀ ଟିକାଗୁଡ଼ିକୁ ମଧ୍ୟ ଭାରତ ବଜାରକୁ ଛାଡ଼ା ଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଅଧିକ ପଢନ୍ତୁ...

ଭାରତୀୟଙ୍କୁ ପ୍ରଥମେ ମିଳିପାରେ ‌ଅକ୍ସଫୋର୍ଡ କୋଭିଡ୍ ଟିକା

author img

By

Published : Aug 19, 2020, 6:46 PM IST

ନୂଆଦିଲ୍ଲୀ: ୨୦୨୦ ଶେଷ ସୁଦ୍ଧା ପ୍ରଥମେ ଅକ୍ସଫୋର୍ଡ-ଆଷ୍ଟ୍ରଜେନିକା କୋଭିଡ୍-୧୯ ଟୀକା ପ୍ରଥମେ ପାଇବାକୁ ଭାରତ ଆଶା କରୁଛି। ଏହି ଟୀକା ମିଳିବାର ଅଳ୍ପ କେତେ ସପ୍ତାହ ପରେ ଯଦି ପରୀକ୍ଷଣ ସଫଳ ହୋଇଥିବ ତେବେ ସ୍ବଦେଶୀ ଟିକାଗୁଡ଼ିକୁ ମଧ୍ୟ ଭାରତ ବଜାରକୁ ଛାଡ଼ିବାକୁ ଆଶା ରଖିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ମାନବିକ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚି ଥିବା ଅନ୍ୟ ଦୁଇଟି ଦେଶୀୟ ଟୀକା ଠାରୁ ଅକ୍ସଫୋର୍ଡ ଉଦ୍ଭାବିତ ଟୀକା ଆଗରେ ରହିଛି। ଭାରତରେ ଏହି ଟୀକା ଉତ୍ପାଦନ କରିବାକୁ ଆଷ୍ଟ୍ରାଜେନିକା ପୁଣେର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ଅଂଶୀଦାର କରିଛି।

ଯଦି ସେ ଦୁଇଟି ଟୀକାକୁ ସମ୍ମତି ମିଳେ ଏବଂ ଭାରତରେ ତାହାର ଉତ୍ପାଦନ ହୁଏ ତେବେ ତାହା ମଧ୍ୟ ବ୍ୟବହୃତ ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ପରୀକ୍ଷା ପ୍ରଥମେ ଦେଶର 10 ଟି କେନ୍ଦ୍ରରେ ହେବ । ପରିଶେଷରେ, 1,600 ସ୍ବେଚ୍ଛାସେବୀଙ୍କ ଉପରେ ପ୍ରଥମେ ଏହି ଟିକାର ପରୀକ୍ଷଣ କରାଯିବ । ଏହି ସମୟରେ, ଭରତ ବାୟୋଟେକର COVAXIN ଏବଂ Zydus Cadila ର ZyCoV-D ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ।

ସିରମ୍ ଭାରତରେ ଅକ୍ସଫୋର୍ଡ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିସାରିଥିବା ବେଳେ ଅନ୍ୟ ଦୁଇ ସ୍ଥାନୀୟ ଟିକା- ଭାରତ ବାୟୋଟେକ୍ ଓ ଆଇସିଏମ୍ଆର୍‌ ମିଳିତ ଭାବେ ବିକଶିତ କରିଥିବା କୋଭାକ୍ସିନ୍ ଏବଂ ଜାଇଡସ୍ କାଡିଲାର ଜାଇକୋଭ୍ ଡି ସମ୍ପ୍ରତି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛନ୍ତି। ଇଂଲଣ୍ଡରେ ଅକ୍ସଫୋର୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ସକାରାତ୍ମକ ଫଳ ମିଳିଥିବା ଜଣାଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.