ନୂଆଦିଲ୍ଲୀ: ଯଦି ଆପଣଙ୍କ ଅଚଳ ସମ୍ପତ୍ତି ଉପରେ କେହି ଜବରଦସ୍ତି କବ୍ଜା କରିଛନ୍ତି । ତେବେ ଆଉ ବିଳମ୍ବ ନକରି ତାଙ୍କୁ ତୁରନ୍ତ ହଟାନ୍ତୁ । ସମ୍ପତି ଉପରେ ଯଦି କେହି ଅବୈଧ ଜବରଦଖଲ କରିଛନ୍ତି ତାଙ୍କୁ ଯଥାଶୀଘ୍ର ଜାଗା କିମ୍ବା ଘରକୁ ଖାଲି କରିବାକୁ କୁହନ୍ତୁ । ଆଉ ଏଥିରେ ଆପଣ ବିଳମ୍ବ ହେଲେ ସମ୍ଭବତଃ ସେ ଆପଣଙ୍କ ହାତରୁ ଚାଲିଯାଇପାରେ । କାହିଁକି ନା ସୁପ୍ରିମକୋର୍ଟ ଏବେ ଅବୈଧ ଅଚଳ ସମ୍ପତି କବ୍ଜାକୁ ନେଇ ନୂଆ ରାୟ ଶୁଣାଇଛନ୍ତି ।
ସୁପ୍ରିମକୋର୍ଟଙ୍କ ଲିମିଟେସନ ଆକ୍ଟ1963 ଅନୁସାରେ ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି କେହି ଜଣେ ଅନ୍ୟ ଜଣଙ୍କ ଅଚଳ ସମ୍ପତି ଉପରେ 12 ବର୍ଷ ଯାଁଏ ଅବୈଧ କବ୍ଜା କରିଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଆଇନଗତ ମାଲିକାନା ମିଳିଯିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।
କୋର୍ଟଙ୍କ ନିଷ୍ପତିରୁ ଏହା ସମ୍ପୁର୍ଣ୍ଣ ସ୍ପଷ୍ଟ ଯେ, 12 ବର୍ଷ ମଧ୍ୟରେ ଯଦି ଅବୈଧ କବ୍ଜାକୁ ନହଟାଯାଏ ତେବେ ସମ୍ପତ୍ତି ଅସଲ ମାଲିକ ବା ବୈଧ ରୂପେ ଥିବା ନିଜ ଆଇନଗତ ଅଧିକାର ସବୁ ତାଙ୍କ ହାତରୁ ଚାଲିଯିବ । ତେବେ ସରକାରୀ ଜମି ଉପରେ କାହାର ଜବର ଦଖଲକୁ ଆଇନଗତ ମାଲିକାନା ପାଇଁ ଅନୁମତି ମିଳିବନି ।