ETV Bharat / bharat

ହିଂସା ପ୍ରଭାବିତ ଉତ୍ତର-ପୂର୍ବ ଦିଲ୍ଲୀରେ CBSE ପରୀକ୍ଷା, 97% ଉପସ୍ଥାନ ରେକର୍ଡ - ଉତ୍ତର-ପୂର୍ବ ଦିଲ୍ଲୀରେ CBSE ପରୀକ୍ଷା

ହିଂସାର ପ୍ରଭାବ ସତ୍ତ୍ବେ CBSE ଦଶମ ବୋର୍ଡ ପରୀକ୍ଷାରେ 97% ଉପସ୍ଥାନ ରେକର୍ଡ । ଶିଘ୍ର ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ଅଧିକ ପଢନ୍ତୁ...

ହିଂସା ପ୍ରଭାବିତ ଉତ୍ତର-ପୂର୍ବ ଦିଲ୍ଲୀରେ CBSE ପରୀକ୍ଷା, 97% ଉପସ୍ଥାନ ରେକର୍ଡ

author img

By

Published : Mar 5, 2020, 2:48 AM IST

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ 97% ରୁ ଅଧିକ ଉପସ୍ଥାନ ରେକର୍ଡ କରାଯାଇଛି । ଏ ନେଇ ସୂଚନା ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) । ବୁଧବାର ବିଜ୍ଞାନ ପରୀକ୍ଷା ଥିଲା । ତେବେ ଦଶମ ଶ୍ରେଣୀ ବିଜ୍ଞାନ ପରୀକ୍ଷା ସଫଳତାର ସହ କରାଯାଇଥିବା ସିବିଏସଇ ବୋର୍ଡ ଅଧିକାରୀ କହିଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀରେ ମୋଟ 95 ଟି କେନ୍ଦ୍ରରେ 97.8% ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ପରୀକ୍ଷାରେ ବିଳମ୍ବ ଛାତ୍ରଛାତ୍ରୀଙ୍କ ମେଡିକାଲ ଏବଂ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ପାଠ୍ୟକ୍ରମରେ ଆଡମିସନ କରିବାରେ ବାଧା ସୃଷ୍ଟି କରିପାରେ । ସେଥିପାଇଁ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି ନାହାଁନ୍ତି, ସେମାନଙ୍କ ପାଇଁ ଶୀଘ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.