ETV Bharat / bharat

ପିଏମ କିଷାନ ଯୋଜନାରେ 7 କୋଟି ଚାଷୀ ଉପକୃତ: କେନ୍ଦ୍ର ସରକାର

author img

By

Published : Nov 22, 2019, 10:59 PM IST

ରାଜ୍ୟସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ଲାଭାନ୍ବିତ ହିତାଧିକାରୀଙ୍କ ରିପୋର୍ଟ ପ୍ରକାଶ ବିଷୟରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପିଏମ-କିଷାନ ଯୋଜନାରେ ଦେଶର ପାଖାପାଖି 7 କୋଟି ଚାଷୀ ଉପକୃତ ହୋଇଥିବା ସୂଚନା କେନ୍ଦ୍ର ସରକାର ଦେଇଛନ୍ତି ।

ରାଜ୍ୟସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ଲାଭାନ୍ବିତ ହିତାଧିକାରୀଙ୍କ ରିପୋର୍ଟ ପ୍ରକାଶ ବିଷୟରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ପହିଲାରେ ଏହି ଯୋଜନାରେ ଉପକୃତ ଚାଷୀଙ୍କ ସୂଚୀ ଜାରି କରାଯିବ । ଏହି ଯୋଜନା ଅନୁଯାୟୀ ଆଧାର ପ୍ରମାଣ ପତ୍ରର ସଂଖ୍ୟାକୁ ଅଧାର କରି ହିତାଧିକାରୀଙ୍କୁ ପ୍ରଦାନ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ରାଜ୍ୟ ସରକାରଙ୍କୁ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରି ଏହି ଯୋଜନାରେ ଉପକୃତ ହେବା ପାଇଁ ଆଧାର ପ୍ରମାଣପତ୍ରରେ ଥିବା ତଥ୍ୟ ପ୍ରଦାନ କରିବା ପାଇଁ କହିଛନ୍ତି ।

ଉତ୍ତର ପ୍ରଦେଶରେ 1କୋଟି 67 ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ଏହି ସଂଖ୍ୟା ରାଜ୍ୟର ସମସ୍ତ ରାଜ୍ୟଠାରୁ ସର୍ବାଧିକ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୧୯-୨୦ର ଅନ୍ତରୀଣ ବଜେଟରେ ପିଏମ-କିଷାନ ଯୋଜନାକୁ ଘୋଷଣା କରିଥିଲେ । ଏହି ଯୋଜନା ଅନୁସାରେ ସରକାର ୨ ହେକ୍ଟର ଜମି ଥିବା ୧୨ କୋଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.