ETV Bharat / bharat

ନଅ ବର୍ଷରେ ମାଓ ହିଂସାରେ ବଳି ପଡିଛନ୍ତି 3 ହଜାରରୁ ଉର୍ଦ୍ଧ - ଗୃହ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟ

ଦେଶରେ ଶକ୍ତିଶାଳୀ କମ୍ୟୁନିଷ୍ଟ । ନଅ ବର୍ଷ ମଧ୍ୟରେ ମାଓ ହିଂସା କାରଣରୁ 3 ହଜାରରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଛି ।

ଫାଇଲ ଫଟୋ
author img

By

Published : Oct 30, 2019, 4:33 AM IST

ହାଇଦ୍ରାବାଦ: ବିଗତ 9 ବର୍ଷ ମଧ୍ୟରେ ଦେଶର 10ଟି ରାଜ୍ୟରେ ମାଓ ହିଂସାରେ ପ୍ରାୟ 3 ହଜାର 7 ଶହ ନିରିହ ଲୋକଙ୍କ ମୃତ୍ୟୁ ହୋଇଛି । ଗୃହ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରେ ଏହାକୁ ଉଲ୍ଲେଖ କରାଯାଇଛି ଓ ଅଧିକ ମୃତ୍ୟୁ ଛତିଶଗଡରେ ହୋଇଛି ।

ମନ୍ତ୍ରାଳୟର 2018-19 ରିପୋର୍ଟ ଅନୁସାରେ କମ୍ୟୁନିଷ୍ଟ ଦଳ ବା ମାଓବାଦୀ ଦେଶର ବିଭିନ୍ନ ବାମପନ୍ଥୀ ସଂଗଠନ ଅପେକ୍ଷା ଅଧିକ ଶକ୍ତିଶାଳୀ । ପ୍ରାୟ 88 ପ୍ରତିଶତ ହିଂସାତ୍ମକ କାର୍ଯ୍ୟକଳାପ ଓ ମୋଟ ମୃତ୍ୟୁ ପାଇଁ ମାଓବାଦୀ ଦାୟୀ । ସିପିଆଇ କୌଣସି ବଡ ସଫଳତା ବିନା ରାଜ୍ୟ-ରାଜ୍ୟ ମଧ୍ୟରେ ନିଜର କାୟା ବିସ୍ତାର କରିଚାଲିଛି ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି ।

2010 ପରଠାରୁ ପ୍ରାୟ 10 ହଜାର 660 ଘଟଣାରେ ପ୍ରାୟ 3 ହଜାର 749 ଲୋକଙ୍କ ମୃତ୍ୟୁ ହୋଇଛି । ଛତିଶଗଡରେ ସର୍ବାଧିକ ପ୍ରାୟ 1 ହଜାର 370 ଲୋକଙ୍କ ମୃତ୍ୟୁ ହୋଇଛି । ଦେଶର 10ଟି ନକ୍ସଲ ରାଜ୍ୟ ହେଉଛି, ଛତିଶଗଡ, ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.