ETV Bharat / bharat

କୋଭିଡ୍ 19 ଯୁଦ୍ଧ ମୌଦାନକୁ ଓହ୍ଲାଇଲେ 30 ହଜାର ଅବସର ପ୍ରାପ୍ତ ଡାକ୍ତର

author img

By

Published : Apr 4, 2020, 10:09 AM IST

ସ୍ବେଚ୍ଛାକୃତ ଭାବେ କୋରୋନା ଲଢେଇରେ ସାମିଲ ହେଲେ 30 ହଜାର ଅବସରପ୍ରାପ୍ତ ସରକାରୀ ଡାକ୍ତର ଓ ସେନାର ଅବସର ପ୍ରାପ୍ତ ଡାକ୍ତର। ଅଧିକ ଖବର ପଢନ୍ତୁ...

covid 19
କୋଭିଡ୍ 19 ଯୁଦ୍ଧ ମୌଦାନକୁ ଓହ୍ଲାଇଲେ 30 ହଜାର ଅବସର ପ୍ରାପ୍ତ ଡାକ୍ତର

ନୂଆଦିଲ୍ଲୀ: କୋଭିଡ୍ 19 ଯୁଦ୍ଧ ମୌଦାନକୁ ଓହ୍ଲାଇଲେ 30 ହଜାର ଅବସରପ୍ରାପ୍ତ ସରକାରୀ ଡାକ୍ତର ଓ ସେନାର ଅବସର ପ୍ରାପ୍ତ ଡାକ୍ତର। ଏହାସହ ବେସରକାରୀ ଭାବେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଯେଉଁମାନେ ମହାମାରୀ କୋରୋନା ବିରୋଧରେ ଲଢିବାକୁ ଆଗେଇ ଆସିଛନ୍ତି।

ଯାହା ସରକାରଙ୍କ ହାତ ମୁଠାକୁ ଟାଣ କରିବା ସହ କୋଭିଡ୍ 19 ମହାମାରୀକୁ ସମୂଳେ ନାଶ କରିବାକୁ ଶକ୍ତି ଯୋଗାଇବ। ସାମାଜିକ ଗଣମାଧ୍ୟମରେ 30 ହଜାର ଅବସରପ୍ରାପ୍ତ ଡାକ୍ତରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ଖୁବ୍ ପ୍ରଶଂସା କରୁଥିବା ବେଳେ ୟୁଜର୍ସମାନେ ରିଟ୍ବିଟ କରି ଧନ୍ୟବାଦ ଜଣାଉଛନ୍ତି।

ସୂଚନା ଅନୁସାରେ, ଭାରତ ବର୍ତ୍ତମାନ କୋଭିଡ୍ 19 ସହ ଲଢେଇ ଜାରି ରଖିଛି। ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରି ଏହାକୁ ପ୍ରତିହତ କରି ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି।

ତେବେ ଏତେ ସଂଖ୍ୟକ ଅବସର ପ୍ରାପ୍ତ ଡାକ୍ତରଙ୍କ ସ୍ବେଚ୍ଛାକୃତ କାର୍ଯ୍ୟରେ ଯୋଗଦାନ କୋରୋନା ମୁକାବିଲାରେ ଡାକ୍ତରୀ ଅଭାବ ପୂରଣ କରିବା ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.