ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକ୍ ଡାଉନକୁ ବେଖାତିର୍ । ମଙ୍ଗଳବାର ଲକ୍ ଡାଉନ୍ ଉଲ୍ଲଂଘନ କରି ଦିଲ୍ଲୀ ପୋଲିସ 239ଟି ମାମଲା ରୁଜୁ କରିଛି ।
ଦିଲ୍ଲୀ ପୋଲିସ ଆକ୍ଟର ଆଇପିସି ଧାରା 188, ଧାରା 65 ଓ 66 ଅଧିନରେ ସମସ୍ତ ମାମଲା ରୁଜୁ କରାଯାଇଛି । ପୋଲିସର ଡାଟା ଅନୁସାରେ, ପ୍ରାୟ 3736 ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ 546 ଟି ଯାନବାହନ ଯାତାୟତ କରିଛି ।
ଅନ୍ୟପକ୍ଷେ 1254 ଜଣଙ୍କୁ ଯାତାୟତ ପାସ୍ ପ୍ରଦାନ କରାଯାଇଛି । ଜରୁରୀକାଳିନ ସେବା ପାଇଁ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ଏହି ପାସ୍ ଦିଆଯାଇଛି । ପ୍ରକାଶଥାଉକି, ମାର୍ଚ୍ଚ 25ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୁର୍ଣ୍ଣ ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ