ETV Bharat / bharat

ହରିୟାଣାରେ ଫସିଥିବା 1500 ଶ୍ରମିକଙ୍କୁ ଫେରାଇ ଆଣିଲେ ଯୋଗୀ ସରକାର

ଉତ୍ତରପ୍ରଦେଶର 1500 ଶ୍ରମିକ ହରିୟାଣାରେ ଫସି ରହିଥିବା ବେଳେ ରବିବାର ସମସ୍ତଙ୍କୁ ଫେରାଇ ନେଇଥିବା ଜଣାପଡିଛି ।

author img

By

Published : Apr 27, 2020, 3:17 PM IST

ହରିୟାଣାରେ ଫସିଥିବା 1500 ଶ୍ରମିକଙ୍କୁ ଫେରାଇ ଆଣିଲେ ଯୋଗୀ ସରକାର
ହରିୟାଣାରେ ଫସିଥିବା 1500 ଶ୍ରମିକଙ୍କୁ ଫେରାଇ ଆଣିଲେ ଯୋଗୀ ସରକାର

ଲକ୍ଷ୍ନୌ: ଲକଡାଉନ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଜୀବିକା ହରାଇବା ସହ ପାଖରେ ଟଙ୍କା ମଧ୍ୟ ସରି ସରି ଆସୁଛି । ଫଳରେ କେହି କେହି ଚାଲି ଚାଲି ତ କେହି ପୁଣି ସାଇକେଲରେ ଘରକୁ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏବେ ଏହି ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ ନିଜ ରାଜ୍ୟବାସୀଙ୍କୁ ଫେରାଇ ନେବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଉତ୍ତରପ୍ରଦେଶର 1500 ଶ୍ରମିକ ହରିୟାଣାରେ ଫସି ରହିଥିବା ବେଳେ ରବିବାର ସମସ୍ତଙ୍କୁ ଫେରାଇ ନେଇଥିବା ଜଣାପଡିଛି ।

ଯୋଗୀ ସରକାର 62 ଟି ବସ ଯୋଗେ ସେମାନଙ୍କୁ ଫେରାଇ ଆଣିଛନ୍ତି । ଏହାସହ ସମସ୍ତଙ୍କୁ ଫୁଡ ପ୍ୟାକେଟ ମଧ୍ୟ ପ୍ରଦାନ କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷ କରାଯିବା ସହ କ୍ବାରେଣ୍ଟିନରେ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତରପ୍ରଦେଶରେ ଏବେ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1873ରେ ପହଞ୍ଚିଥିବା ବେଳେ 327 ସୁସ୍ଥ ହୋଇଛନ୍ତି । ଯେତେବେଳେ କି 30 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.