ETV Bharat / bharat

ସଫା ହେଲା ଏଭରେଷ୍ଟ: ବାହାରିଲା 10ହଜାର କିଲୋ ଆବର୍ଜନା

author img

By

Published : May 28, 2019, 6:22 PM IST

ସ୍ବଚ୍ଛତା ଅଭିଯାନରେ ମାଉଣ୍ଟ ଏଭରେଷ୍ଟରୁ ଟନ ଟନ ଆର୍ବଜନା ସଫା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନେପାଳ ସରକାର ।

ଫାଇଲ ଫଟୋ

କାଠମାଣ୍ଡୁ: ସ୍ବଚ୍ଛତା ଅଭିଯାନରେ ଦୁନିଆର ସବୁଠୁ ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ସଫା ହେଲା ହଜାର ହଜାର କିଲୋ ଆବର୍ଜନା । ଏନେଇ ସୂଚନା ଦେଇଛନ୍ତି ନେପାଳ ସରକାର । ଏହି ଅଭିଯାନରେ ପାଖାପାଖି 10 ହଜାର କିଲୋରୁ ଊର୍ଦ୍ଧ୍ବ ଆବର୍ଜନା ସଫେଇ କରାଯାଇଛି ।

ମାଉଣ୍ଟ ଏଭରେଷ୍ଟକୁ ସଫା ରଖିବା ପାଇଁ ଗତ ଏପ୍ରିଲ 14 ତାରଖରୁ ଆରମ୍ଭ ହୋଇଥିଲା ସ୍ବଚ୍ଛତା ଅଭିଯାନ । ଏହି ଅଭିଯାନର ଏକମାତ୍ର ଲକ୍ଷ୍ୟ ହେଉଛି ସବୁଠାରୁ ଉଚ୍ଚ ଗିରିଶୃଙ୍ଗକୁ ସଫା ରଖିବା । ଏଥିପାଇଁ ନେପାଳ ସରକାର 2କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏନେଇ ନେପାଳ ପର୍ଯ୍ୟଟନ ବିଭାଗ ମହାନିର୍ଦ୍ଦେଶକ କୁହନ୍ତି, ଅନ୍ତରାଷ୍ଟ୍ରୀୟ ସ୍ତରରେ ମାଉଣ୍ଟ ଏଭରେଷ୍ଟର ସୌନ୍ଦର୍ଯ୍ୟତାକୁ ବଜାୟ ରଖିବା ପାଇଁ ଚିନ୍ତା ପ୍ରକଟ କରାଯାଇଛି । ସେଥିପାଇଁ ସ୍ବଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଦ୍ବାରା କୁଢ କୁଢ ଅଳିଆ ଆବର୍ଜନା ସହ 2ଟି ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ।

ତେବେ ପ୍ରଥମ ଥର ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସାହାଯ୍ୟରେ ଏଭରେଷ୍ଟକୁ ସଫା କରିବା ଏଭଳି ଅଭିଯାନ ଆରମ୍ଭ କରାଯାଇଥିଲା । ଗତ ଏପ୍ରିଲ 14 ତାରିଖରୁ ଆରମ୍ଭ ହୋଇଥିବା ସ୍ବଚ୍ଛତା ଅଭିଯାନ ମେ’ 27ରେ ଶେଷ ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.