ETV Bharat / bharat

କୋରୋନା ମୁକ୍ତ ଗୋଆ: ଲକଡାଉନ ଉଲ୍ଲଂଘନ କରି ହଜାରେ ଗିରଫ

ଗୋଆରେ କିଛି ଅମାନିଆ ଲକଡାଉନ ଉଲ୍ଲଂଘନ କରୁଥିବା ଖବର ସାମ୍ନାକୁ ଆସୁଛି । ଗୋଆରେ COVID-19 ଲକଡାଉନ୍ ଉଲ୍ଲଂଘନ କରି ଗୋଆ ପୋଲିସ ଦ୍ବାରା 1058 ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 29, 2020, 7:14 PM IST

ଫାଇଲ ଫଟୋ
ଫାଇଲ ଫଟୋ

ପାଣାଜି: ପ୍ରଥମେ ଗୋଆ ଦେଶର ପ୍ରଥମ କୋରୋନାମୁକ୍ତ ରାଜ୍ୟ ବୋଲି ଘୋଷଣା ହୋଇଥିଲା । ଏବେ ରାଜ୍ୟରେ କୋରୋନା ରିପୋର୍ଟ ଶୂନ୍ ରହିଛି । ମାତ୍ର ରାଜ୍ୟରେ କଡା କଟକଣା କେନ୍ଦ୍ର ନିର୍ଦ୍ଦେଶାବଳୀକୁ ଶକ୍ତ ଭାବେ ପାଳନ କରାଯାଉଛି । ଏପରିସ୍ଥଳେ ରାଜ୍ୟରେ କିଛି ଅମାନିଆ ଲକଡାଉନ ଉଲ୍ଲଂଘନ କରୁଥିବା ଖବର ସାମ୍ନାକୁ ଆସୁଛି । ଗୋଆରେ COVID-19 ଲକଡାଉନ୍ ଉଲ୍ଲଂଘନ କରି ଗୋଆ ପୋଲିସ ଦ୍ବାରା 1058 ଜଣ ଗିରଫ ହୋଇଛନ୍ତି ।

ଲକଡାଉନ ନିୟମ ଉଲ୍ଲଂଘନ କରି ରାଜ୍ୟରେ 588 ଟି ଏଫ୍ଆଇଆର୍ ଦାଖଲ କରାଯାଇଥିଲା ବୋଲି ଜଣେ ଅଧିକାରୀ ବୁଧବାର କହିଛନ୍ତି। 101 ଅପରାଧ ଏବଂ 172 ଗିରଫ ସହିତ ଉତ୍ତର ଗୋଆର କାଲାଙ୍ଗୁଟ ପୋଲିସ ଷ୍ଟେସନ ମଙ୍ଗଳବାର ପର୍ଯ୍ୟନ୍ତ ସର୍ବାଧିକ କେସ ପଞ୍ଜିକୃତ କରିଛି ।

ପୋଲିସ ବିଭାଗର ତଥ୍ୟ ଅନୁଯାୟୀ, ମାରଗାଓ, କେପେମ, ଭାସ୍କୋ, ପୋଣ୍ଡା ଏବଂ କୋଙ୍କଣ ରେଳବାଇର ଅଧିକାରକୁ ଅନ୍ତର୍ଭୁକ୍ତ କରୁଥିବା ଦକ୍ଷିଣ ଗୋଆରେ 295 ଟି ଲକଡାଉନ୍ ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ଦକ୍ଷିଣ ଗୋଆରେ ଅତି କମରେ 615 ଜଣଙ୍କୁ ଏହି ଲକଡାଉନକୁ ବିରୋଧ କରି ଗିରଫ କରାଯାଇଥିଲା । ଉତ୍ତର ଗୋଆର 149 ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ କର୍ଫ୍ୟୁ ଉଲ୍ଲଂଘନ ପାଇଁ 222 ଗିରଫ କରିଛି ବୋଲି ତଥ୍ୟରୁ ଜଣାପଡିଛି। ଅଞ୍ଜୁନା ପୋଲିସ ଷ୍ଟେସନରେ 40 ଟି ଅପରାଧ ପଞ୍ଜିକୃତ ହୋଇ 55 ଜଣଙ୍କୁ ଗିରଫ କରାଯାଇଥିବା ଏଥିରେ ଦର୍ଶାଯାଇଛି।

ପାଣାଜି ସବ-ଡିଭିଜନରେ ଅତି କମରେ 79 ଟି ମାମଲା ରୁଜୁ ହୋଇଥିଲା ଏବଂ 128 ଜଣଙ୍କୁ ଗିରଫ କରାଯାଇଥିବାବେଳେ ବିଚୋଲିମ ଏବଂ ଭାଲପୋଇ ପୋଲିସ ଷ୍ଟେସନରେ 25 ଟି ଅପରାଧ ପଞ୍ଜିକୃତ ହୋଇ 38 ଜଣଙ୍କୁ ଗିରଫ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.