ETV Bharat / bharat

ଲାଡେନ ପାକିସ୍ତାନର ହିରୋ: ମୁଶାରଫ - says Musharraf

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ଭାରତ ବିରୋଧୀ ମନ୍ତବ୍ୟ ଦେଇ ବେଶ ସମାଲୋଚନାର ଶିକାର ହୋଇଛନ୍ତି ମୁଶାରଫ । ଏକ ସାକ୍ଷାତକାର ସମୟରେ ଭାରତ ବିପକ୍ଷରେ ହେଉଥିବା ଆତଙ୍କୀ କାର୍ଯ୍ୟକଳାପ ପାଇଁ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 14, 2019, 2:58 PM IST

ଇସଲାମାବାଦ: ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଜିହାଦି ଆତଙ୍କବାଦୀମାନେ ପାକିସ୍ତାନର ହିରୋ । ସେ ଆହୁରି ମଧ୍ୟ କହିଛନ୍ତି କି ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଆତଙ୍କବାଦୀ ଓସମାବିନ ଲାଡେନ ଐମାନ ଆଲ ଜଓ୍ବାରୀ, ଜଲାଲୁଦ୍ଦିନ ହକ୍କାନୀ ଏବଂ ଅନ୍ୟମାନେ ପାକିସ୍ତାନର ହିରୋ ।

ପାକିସ୍ତାନର ରାଜନେତା ଫରାହତୁଲ୍ଲା ବାବରଙ୍କ ଟ୍ବିଟର ଆକାଉଣ୍ଟରେ ଥିବା ଏକ ଭିଡ଼ିଓରେ ମୁଶରଫ ଏକ ସାକ୍ଷାତକାର ଦେଉଥିବା ସମୟରେ ଏହା କହିଥିବା ଦେଖିବାକୁ ମିଳିଛି । ଉକ୍ତ ଭିଡ଼ିଓରେ ସେ କହିଛନ୍ତି କି, କାଶ୍ମୀର ନାଗରିକ ମାନଙ୍କୁ ପାକିସ୍ତାନରେ ତାଲିମ ଦିଆଯାଉଛି । କେବଳ କାଶ୍ମୀର ନାଗରିକ ନୁହେଁ, ମୁଜାହିଦ୍ଦିନଙ୍କୁ ମଧ୍ୟ ପାକିସ୍ତାନରେ ତାଲିମ ଦିଆଯାଉଛି । ଭାରତୀୟ ସେନା ବିପକ୍ଷରେ ଲଢିବା ପାଇଁ ସେମାନଙ୍କୁ ବିଭିନ୍ନ ରଣ କୌଶଳ ମଧ୍ୟ ଶିଖାଯାଉଥିବା ସେ ଉକ୍ତ ଭିଡ଼ିଓରେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ସୀମାରେ ଲଢେଇ କରି ଫେରିବା ପରେ ଆମେମାନେ ତାଙ୍କୁ ବିପୁଳ ମାତ୍ରାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥାଉ । ଆମେମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ମଧ୍ୟ ଯୋଗାଇଦେଇଥାଉ । ଯେଉଁମାନେ ଭାରତୀୟ ସେନା ବିପକ୍ଷରେ ଜୋରଦାର ଲଢେଇ କରିପାରିବ ସେମାନଙ୍କୁ ଆମେ ମୁଜାହିଦ୍ଦିନରେ ସାମିଲ କରିଥାଉ ବୋଲି ମୁଶାରଫ ସ୍ବୀକାର କରିଥିଲେ ।

ତେବେ ମୁଜାହିଦ୍ଦିନ, ଲସ୍କର-ଏ-ତୋଏବା ଭଳି ଆତଙ୍କବାଦୀ ସଂଗଠନକୁ ମଧ୍ୟ କାଶ୍ମିରରେ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି । ଏହି ସାକ୍ଷାତକାର ସମୟରେ ଆତଙ୍କବାଦୀ ଓସାମାବିନ ଲାଡେନ ଏବଂ ଜଲାଲୁଦ୍ଦିନ ହକ୍କାନୀ ମଧ୍ୟ ପାକିସ୍ତାନର ହିରୋ ବୋଲି ସେ କହିଥିଲେ ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.