ETV Bharat / bharat

ବାହୁବଳୀ କେଜ୍ରିୱାଲ; ତୃତୀୟ ଥର ହେବେ ମୁଖ୍ୟମନ୍ତ୍ରୀ - delhi result

ଦିଲ୍ଲୀରେ ଆପ୍‌ କ୍ରେଜ ଜାରି। କ୍ଷମତା ବଜାୟ ରଖିଛି ଆମ ଆଦମୀ ପାର୍ଟି । ବିଜେପି କଂଗ୍ରେସକୁ ଧରାଶାୟୀ କରି ତୃତୀୟ ଥର ପାଇଁ ଦିଲ୍ଲୀ ଶାସନ କରିବ ଆପ୍ । ଏହାସହ ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହେବେ ହ୍ୟାଟ୍ରିକ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

arbanda kejriwal to take oath as delhi cm

author img

By

Published : Feb 12, 2020, 12:24 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍ କ୍ରେଜ ଜାରି। କ୍ଷମତା ବଜାୟ ରଖିଛି ଆମ ଆଦମୀ ପାର୍ଟି । ଗୈରିକ ଦଳର ବନବାସ ବୃଦ୍ଧି ହୋଇଛି । ମୂଳପୋଛ ହୋଇଗଲା ହାତ । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟି ବମ୍ପର ବିଜୟ । 70ରୁ 62 ଆସନ ଦଖଲ କରିଥିବା ବେଳେ ବିଜେପିକୁ ଖାତାକୁ ଯାଇଛି 8 ଆସନ । ଚ୍ଛେଅଛେ ବିତେ ପାଞ୍ଚ୍‌ ସାଲ୍‌ ଲଗେ ରହୋ କେଜ୍ରିୱାଲ ନାରା ଆଗରେ’ 50 ମନ୍ତ୍ରୀ, 100 ସାଂସଦ, 3ଶହରୁ ଅଧିକ ବିଧାୟକ 6 ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଫିକା ପଡିଗଲା । ଝାଡୁ ସୁନାମୀରେ ପଦ୍ମ ଝଡିଗଲା ।

ବାହୁବଳୀ କେଜ୍ରିୱାଲ; ତୃତୀୟ ଥର ହେବେ ମୁଖ୍ୟମନ୍ତ୍ରୀ

21 ବର୍ଷ ପରେ ଦିଲ୍ଲୀ ଶାସନ ଗାଦିକୁ ଫେରିବାକୁ ବିଜେପିର ବ୍ରିଗେଡିୟର ସବୁ ଶକ୍ତି ଲଗାଇଥିଲେ । ନିର୍ବାଚନା ମୈଦାନରେ ମୋଟ 600ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ଥିଲେ ମଧ୍ୟ ତ୍ରୀମୁଖୀ ଲଢେଇ ହେଉଥିଲା ଦିଲ୍ଲୀରେ। ବିଜେପି ଓ ଆପର ମେଗା ପ୍ରଚାର ଆଗରେ କଂଗ୍ରେସ ଏକ ପ୍ରକାର ଫିକା ପଡିଯାଇଥିଲା । ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ଆପର ଟ୍ରେଣ୍ଡ ବଢିବା ଆରମ୍ଭ କରିଥିଲା । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ62ଟି ଆସନରେ ଜିତିନେଇଛି । ବିଜେପି 8 ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ପୁଣିଥରେ 67 ଆସନରେ ଅମାନତ ହରାଇଛି ।

ଦିଲ୍ଲୀ ବିଧାନସଭାରେ ଆରମ୍ଭରୁ ମୂଳତଃ ରାଷ୍ଟ୍ରବାଦ ବନାମ-ବିକାଶ କୁ ନେଇ ଲଢେଇ ହୋଇଥିଲା । ବିଜେପିର ଧାରା 370 ଉଛେଦ, ରାମ ମନ୍ଦିର, ସିଏଏ, ଏନଆରସି ଓ ଆତଙ୍କବାଦ ଭଳି ରାଷ୍ଟ୍ରବାଦ ମୁଦ୍ଦା ଆଗରେ କେଜ୍ରିୱାଲଙ୍କ ଦିଲ୍ଲୀ ବିକାଶ ଏଜେଣ୍ଡା ସଫଳ ହେଲା । ଆମ ଆଦମୀ ପାର୍ଟି ପ୍ରାରମ୍ଭରୁ ଦିଲ୍ଲୀରେ ବିକାଶକୁ ମୁଦ୍ଦା କରିବା ସହ ସକରାତ୍ମକ ପ୍ରଚାର କରିଥିଲା । ଯଦିଓ ଗତ ନିର୍ବାଚନରେ ଦେଇଥିବା ପ୍ରତିଶୃତି ସଂପୂର୍ଣ୍ଣ ପାଳନ କରିବାରେ ସଫଳ ହୋଇନାହାଁନ୍ତି ତଥାପି ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ପାଣି, ବିଜୁଳି ମାଗଣା ମେଟ୍ରୋ ଯାତ୍ରା ଭଳି ଅନେକ ଲୋକାଭିମୁଖୀ ଯୋଜନା ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିଥିଲା । ଆଉ ଦଳକୁ କ୍ଷମତା ବଜାୟ ରଖିବାରେ ସହାୟକ ହେଲା ।

ସେହିପରି ବିଜେପି ଦିଲ୍ଲୀର ବିକାଶକ ସହ ରାଷ୍ଟ୍ରବାଦକୁ ବଡ ମୁଦ୍ଦା କରିଥିଲା । ଏହାସହ କେଜ୍ରିୱାଲଙ୍କ ଆଗରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନା କରିପାରିନଥିଲା । ଫଳରେ ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି ।

ଅନ୍ୟପଟେ କଂଗ୍ରେସ ଏଠି ନିଜ ପୂର୍ବରୁ ଗୌରବ କେବଳ ଭାଗ୍ୟ ଭରଷାରେ ଫେରି ପାଇବାକୁ ଆଶାବାନ୍ଧିଥିଲା । ଦଳ ନା ପ୍ରଚାରରେ ଯୋର ଦେଇଥିଲା ନା ପ୍ରାର୍ଥୀରେ । ତେଣୁ ଏକ ପ୍ରକାର ନିର୍ବାଚନ ଆରମ୍ଭରୁ କଂଗ୍ରେସ ମୈଦାନ ଛାଡିସାରିଥିଲା ।

ଫଳରେ ଏହି ଆଠ ବର୍ଷର ଦଳ ବିଜେପି କଂଗ୍ରେସ ଭଳି ଦଳକୁ ଧରାଶାୟୀ କରି ତୃତୀୟ ଥର ପାଇଁ ଦିଲ୍ଲୀ ଶାସନ କରିବ । ଏହାସହ ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହ୍ୟାଟ୍ରିକ ମୁ୍ଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.