ନୂଆଦିଲ୍ଲୀ: ଅବୈଧ ଭାବେ ରେଳ ଟିକେଟର କଳାବଜାରୀ କରୁଥିବା ଦଲାଲଙ୍କ ଉପରେ ରେଳ ପୋଲିସ ଆଜିପର୍ଯ୍ୟନ୍ତ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ରେଲଓ୍ବେ ଦେଶର 16ଟି ଜୋନ୍ର 250 ସହରରେ ଏକା ସାଙ୍ଗରେ 'ଅପରେସନ ଥଣ୍ଡର' ଚଳାଇ 387 ଦଲାଲଙ୍କୁ ଜେଲର ରାସ୍ତା ଦେଖାଇଛି । ଦଲାଲଙ୍କ ପାଖରୁ ପାଖାପାଖି 37 ଲକ୍ଷ ଟଙ୍କାର 22 ହଜାର 253 ଟିକେଟ ଜବତ ହୋଇଛି । ଅବୈଧ ଭାବେ ବୁକ ହୋଇଥିବା ଟିକେଟଗୁଡିକୁ ରେଲଓ୍ବେ ପକ୍ଷରୁ ରଦ୍ଧ କରିଦିଯାଇଛି ।
ଦଲାଲ ଟିକେଟ ପାଇଁ ଭଡା ବ୍ୟତୀତ 200ରୁ 5000 ଟଙ୍କା ପର୍ଯ୍ୟନ୍ତ କମିଶନ ନେଉଥିଲେ । ରେଲଓ୍ବେ ସୁରକ୍ଷାବଳ ଅପରେସନ ଥଣ୍ଡର ପରେ 375ଟି ମାମଲା ରୁଜୁ କରିଛି । ରେଲୱେ ଟିକେଟ କଳବାଜରୀ କରୁଥିବା ଦଲାଲ ନିଜ ଆଇଡିରୁ ଟିକଟ କରି ଲୋକଙ୍କୁ ଦେଉଥିବା ଜଣାପଡିଛି ।