ଚେନ୍ନାଇ: ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ତାମିଲନାଡୁରେ ଏହାକୁ ବିରୋଧ କରି ପ୍ରତିବାଦ ଜାରି ରହିଛି । କେବଳ ସିଏଏ ନୁହେଁ ଏନଆରସି ଓ ଏନପିଆରକୁ ମଧ୍ୟ ଏଠାରେ ଜୋରଦାର ବିରୋଧ କରାଯାଉଛି । ଏହି କ୍ରମରେ ସୋମବାର 18 ଦିନରେ ପହଞ୍ଚିଛି ସିଏଏ ବିରୋଧୀ ଆନ୍ଦୋଳନ ।
ଏହି ବିରୋଧ ସମୟରେ ପ୍ରଦର୍ଶନକାରୀ 'ଆଜାଦି' ର ନାରା ଦେଉଥିବା ଦେଖାଯାଇଛି । ତ୍ରିରଙ୍ଗା ଧରି ପ୍ଲାକାର୍ଡ ସହ ବିରୋଧ ପ୍ରଦର୍ଶନକାରୀ ମାନେ କେନ୍ଦ୍ର ସରକାର ବିରୋଧରେ ଜୋରଦାର ବର୍ଷିଛନ୍ତି ।
ରାସ୍ତାରେ ଶହ ଶହ ପ୍ରଦର୍ଶନକାରୀ ନିଜର ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏହି କାରଣରୁ ବିଭିନ୍ନ ଅଞ୍ଚଳମାନଙ୍କରେ ଯାତାୟତରେ ବାଧା ପରିଲକ୍ଷିତ ହେଉଛି ।
ସୌଜନ୍ୟ@ANI