ETV Bharat / bharat

‘ବିହାରରେ ମାଗଣା ଭ୍ୟାକ୍ସିନ ମିଳୁ, ହେଲେ ଅନ୍ୟ ରାଜ୍ୟ ପାକିସ୍ତାନରେ ନୁହେଁ’

author img

By

Published : Oct 24, 2020, 3:20 PM IST

ବିହାର ବିଧାନସଭା ନିର୍ବାଚନରେ ​ ବିଜେପି ଭୋଟରଙ୍କୁ ହାତେଇବା ପାଇଁ ମାଗଣା କୋରୋନା ଟୀକା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି । ଏପଟେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି ଶିବସେନା । ଅଧିକ ପଢନ୍ତୁ...

ମାଗଣା କୋରୋନା ଟିକା
ମାଗଣା କୋରୋନା ଟିକା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଭୋଟରଙ୍କୁ ହାତେଇବା ପାଇଁ ମାଗଣା କୋରୋନା ଟୀକା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି । ବର୍ତ୍ତମାନ ଏହାକୁ ନେଇ ଦେଶର ରାଜନୈତିକ ବାତାବରଣ ସରଗରମ । ଏହି ପରିପ୍ରେକ୍ଷୀରେ ଶିବସେନା ମୁଖପତ୍ର ‘ସାମନା’ରେ ବିଜେପିକୁ ଟାର୍ଗେଟ କରାଯାଇଛି ।

ଏଥିରେ କୁହାଯାଇଛି ଯେ, ବିଜେପିର ପ୍ରକୃତ ନୀତି କ’ଣ ? ସେମାନଙ୍କର ଗାଇଡ୍ କିଏ ? ଏ ବିଷୟରେ କିଛି ଦ୍ବନ୍ଦ୍ବ ଥିବା ଜଣାପଡିଛି । ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ଆଶ୍ବସନା ଦେଇଥିଲେ ଯେ ଦେଶର ସମସ୍ତ ଲୋକଙ୍କ ପାଇଁ କୋରୋନା ଟିକା ଉପଲବ୍ଧ କରାଇବା ପାଇଁ ସରକାର ଉଦ୍ୟମ କରିବେ । ଟିକା ବଣ୍ଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ଜାତି, ଧର୍ମ, ପ୍ରଦେଶ, ରାଜନୀତି କୌଣସି ସ୍ଥାନକୁ ଅନ୍ତର୍ଭୁକ୍ତ କରିନଥିଲେ ।

ଶିବସେନାର ସମ୍ପାଦକୀୟରେ କୁହାଯାଇଛି ଯେ କ୍ଷମତା ପାଇବା ଏବଂ ଭୋଟରଙ୍କୁ ପ୍ରଲୋଭନ ଦେବାକୁ ନୈତିକ ଦଳ କେଉଁ ନିମ୍ନ ସ୍ତରକୁ ଯାଇପାରିବ, ତାହା ବର୍ତ୍ତମାନ ଜଣାପଡିଛି । କେବଳ ବିହାରରେ ମାଗଣାରେ ଟିକା କାହିଁକି ? କାହିଁକି ସମଗ୍ର ଦେଶରେ ନୁହେଁ ? କୋରୋନା ସାରା ଦେଶରେ ବ୍ୟାପିଛି । ଶିବସେନା ଏହା ମଧ୍ୟ ପ୍ରଶ୍ନ କରିଛି ଯେ ଯେଉଁ ରାଜ୍ୟ ଗୁଡିକରେ ବିଜେପି ସରକାର ନାହିଁ ସେହି ରାଜ୍ୟ ଗୁଡିକ ପାକିସ୍ତାନରେ ଅଛନ୍ତି କି ? ଏହି ରାଜ୍ୟ ଗୁଡିକୁ କୋରୋନା ଟିକା କଣ ପୁଟିନ୍ ଦେବେ ?

ଅନ୍ୟପଟେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ କହିଛନ୍ତି ଯେ, ବିହାର ହେଉ କିମ୍ବା ତାମିଲନାଡୁ ହେଉ ସବୁ ସ୍ଥାନରେ ଲୋକଙ୍କୁ କୋରୋନା ଟିକା ଦିଆଯିବା ଉଚିତ୍ । ସରକାର ଏହାକୁ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଯୋଗାଇବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.