ETV Bharat / bharat

ବଜେଟ ଅଧିବେଶନ: 'ଗୁଳି ମାରିବା ବନ୍ଦ କର' ନାରାରେ କମ୍ପିଲା ଲୋକସଭା - budget 2020

ସୋମବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ଦଳ ସାଂସଦ । ଅଧିକ ପଢନ୍ତୁ...

loksabha
ଲୋକସଭା
author img

By

Published : Feb 3, 2020, 11:49 AM IST

Updated : Feb 3, 2020, 1:39 PM IST

ନୂଆଦିଲ୍ଲୀ: ସୋମବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ଦଳ ସାଂସଦ । ଲେକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସାଂସଦ ଜାମିଆ ଏବଂ ଶାହିନ ବାଗ ଅଞ୍ଚଳରେ ହୋଇଥିବା ଗୁଣିକାଣ୍ଡ ବିରଧରେ ନାରାବାଜି କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବାପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଭାଷଣ ଦେବାକୁ ଉଠିଥିଲେ । ଏହି ସମୟରେ ବିରୋଧୀ ସାଂସଦମାନେ ଚିତ୍କାର କରି 'ଗୁଳି ମାରିବା ବନ୍ଦ କର' ଏବଂ 'ଦେଶ ଭାଙ୍ଗିବା ବନ୍ଦ କର' ବୋଲି କହିଥିଲେ । ତେବେ ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି ବାଚସ୍ପତି ଓମ୍‌ ବିରଲା ।

ଲୋକସଭା

ସେପଟେ ସଦସ୍ୟଙ୍କ ହୋହଲ୍ଲା ପାଇଁ ରାଜ୍ୟସଭାକୁ ଦିନ ୧୨ଟା ଯାଏଁ ମୁଲତବି ରଖିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଏହା ପୂର୍ବରୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ମୁଲତବି ପ୍ରସ୍ତାବ ଦେଇ ସିଏଏ ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଏବଂ ଜାମିଆରେ ଲଗାତାର ହେଉଥିବା ଗୁଳିକାଣ୍ଡ ଉପରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଦିଲ୍ଲୀରେ ଏକ ନିର୍ବାଚନ ରାଲିରେ ଅନୁରାଗ ଠାକୁର ବିବାଦୀୟ ବୟାନ ଦେଇ ଦେଶଦ୍ରୋହୀଙ୍କୁ ଗୁଳି ମାର ବୋଲି କହିଥିଲେ । ତେବେ ତାଙ୍କର ଏହି ବିବାଦୀୟ ସ୍ଲୋଗାନ୍‌କୁ ବିରୋଧ କରି ବିରୋଧୀ ସାଂସଦମାନେ ଗୃହକୁ 'ଗୁଳି ମାରିବା ବନ୍ଦ କର' ନାରାରେ କମ୍ପାଇଥିଲେ ।

ସୌଜନ୍ୟ: @ANI

Intro:Body:

BLANK FOR LINK

Conclusion:
Last Updated : Feb 3, 2020, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.