ETV Bharat / bharat

ଶୁକ୍ରବାର କୋରୋନା ଉପରେ ବିରୋଧୀଙ୍କ ମେଳି, କେନ୍ଦ୍ର ବିରୋଧରେ ପ୍ରସ୍ତୁତ କରିବେ ରଣନୀତି - କୋରୋନା ଉପରେ ବିପକ୍ଷଙ୍କ ମେଳି

କୋରୋନା ମୁକାବିଲାକୁ ନେଇ ବିରୋଧୀଙ୍କ ମେଳି । କୋରୋନା ଓ ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ରଣନୀତି ପ୍ରସ୍ତୁତ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ...

କୋରୋନା ଉପରେ ବିପକ୍ଷଙ୍କ ମେଳି
କୋରୋନା ଉପରେ ବିପକ୍ଷଙ୍କ ମେଳି
author img

By

Published : May 19, 2020, 3:01 PM IST

ନୂଆଦିଲ୍ଲୀ: କୋରୋନା ମହାବିପତ୍ତିକୁ ନେଇ ବିରୋଧୀଙ୍କ ମେଳି । ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଡିଏମକେ ନେତାଙ୍କୁ ଏକ ବୈଠକ ବସିବାକୁ ଯାଉଛି । ଏହି ବୈଠକ ଭିଡିଓ କନଫେରନ୍ସି ଜରିଆରେ ଅନୁଷ୍ଠିତ ହେବାକୁ ଥିବାବେଳେ 15ଟି ରାଜନୈତିକ ଦଳ ସାମିଲ ହେବେ । ତେବେ ଏଥିରେ କଂଗ୍ରେସ ସାମିଲ ହେବ ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଦେଶରେ କୋରୋନା ପରିସ୍ଥିତି ଓ ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋଚନା କରାଯିବ । ଏହା ସହ ରାଜ୍ୟ ସରକାରଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆଚରଣ ବିଷୟରେ ମଧ୍ୟ ଚର୍ଚ୍ଚା କରାଯିବା ନେଇ ଜଣାପଡିଛି ।

ନିକଟରେ ପ୍ରଧାନମନ୍ତ୍ରୀ ସହ ହୋଇଥିବା ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଉପରେ ଭେଦଭାବର ଅଭିଯୋଗ କରିବା ସହ ଏପରି ମାହୋଲରେ ରାଜନୀତି କରିବା ନ କରିବାକୁ କହିଥିଲେ। କେନ୍ଦ୍ର ସରକାର ଏହା ବୁଝିବା ଦରକାର ପଶ୍ଚିମବଙ୍ଗ ଅନ୍ତରାଷ୍ଟ୍ରୀୟ ସୀମା ସହ ଲାଗି ରହିଛି ।

ଏହା ପୂର୍ବରୁ 26 ଏପ୍ରିଲରେ ସିଏମ୍ ଉଦ୍ଧବ ଠାକରେ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ ଯେ ଆମେ କେନ୍ଦ୍ରକୁ ଡାଲି ମାଗିଥିଲୁ । ହେଲେ ତାହା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଲୋକଙ୍କୁ ଖାଦ୍ୟ ଶସ୍ୟ ଦିଆଯାଉଥିବାବେଳେ ରାଜ୍ୟରେ କେବଳ ଚାଉଳ ମହଜୁଦ ରହିଥିବାରୁ କେନ୍ଦ୍ରକୁ ଡାଲି ଓ ଗହମ ମଗାଯାଇଥିଲା ।

କୁହାଯାଉଛି ମମତା ବାନାର୍ଜୀ ଓ ଉଦ୍ଧବ ଠାକରେଙ୍କ ବିରୋଧୀ ଦଳର ନେତା ଏହି ସବୁ ପ୍ରସଙ୍ଗରେ ନିଜର ରଣନୀତି ପ୍ରସ୍ତୁତ କରିବେ। ଏଥିସହ ରାଜ୍ୟଗୁଡିକରୁ କେନ୍ଦ୍ର ଦାବି କରୁଥିବା ରିଲିଫ୍ ପ୍ୟାକେଜ୍ ଉପରେ ମଧ୍ୟ ଆଲୋଚନା କରିପାରନ୍ତି। କାରଣ ରାଜ୍ୟଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.