ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ନିଜକୁ ସାମିଲ କଲା ଓପୋ ଇଣ୍ଡିଆ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଡିସଷ୍ଟ୍ରେସ ଫଣ୍ଡକୁ ଦାନ କଲା 1 କୋଟି ଟଙ୍କା ।
ଦେଶର ଏଭଳି ସ୍ଥିତିରେ ଏହା ମାତ୍ର ଛୋଟ ସହଯୋଗ । ଏଥିରେ ନିଜକୁ ସାମିଲ କରି ଯେଉଁମାନେ ଲଢୁଛନ୍ତି ସେମାନଙ୍କୁ କମ୍ପାନୀ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି । ଏହାସହ ଆପଣଙ୍କ ମୋବାଇଲ ଫୋନର କୌଣସି ସମୟ ଥିଲେ ଅନଲାଇନ ରିପାୟାର ସର୍ଭିସରେ ଆପଣଙ୍କୁ ଯୋଗାଯୋଗ କରାଯିବ । ଯାହାଦ୍ବାରା ଆପଣଙ୍କର ସଫ୍ଚୱେର ଜନିତ ସମସ୍ୟାର ସମାଧାନ ହୋଇପାରିବ। ଏହାଛଡା କମ୍ପାନୀର ଅନ୍ୟ ସମସ୍ତ ସର୍ଭିସ ଲକ ଡାଉନ ଯୋଗୁଁ ବନ୍ଦରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ