ଥିରୁଅନନ୍ତପୁରମ: ଦେଶର ପ୍ରଥମେ କୋରୋନା ଆକ୍ରାନ୍ତ ବାହାରିଥିବା କେରଳରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ଏବେ ଯାଏଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 500 ତଳେ ରହିଛି । ଶେଷ ଖବର ଅନୁସାରେ ବୁଧବାର ମାତ୍ର ଗୋଟିଏ ପଜିଟିଭ କେସ ସାମନାକୁ ଆସିଛି ।
କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏନେଇ ସୂଚନା ଦେଇଛନ୍ତି । ମାତ୍ର ଗୋଟିଏ କେସ ସହ ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 387 ପହଞ୍ଚିଛି । ଏଥିରୁ 211 ଜଣ ସୁସ୍ଥ ହୋଇଛନ୍ତି । 167 ଜଣଙ୍କର ଏବେ ବି ଚିକିତ୍ସା ଚାଲିଛି ।
ଏହାସହ ମୋଟ 3 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି । ତେବେ ଦେଶର ପ୍ରଥମ କୋରୋନା ଆକ୍ରାନ୍ତ କେରଳରେ ବାହାରିଥିଲା । ଏହାପରେ ଏଠାରେ କ୍ରମାଗତ ଭାବେ ପଜିଟିଭ ମାମଲା ବୃଦ୍ଧି ପାଇବାରେ ଲାଗିଥିଲା । କିନ୍ତୁ ସରକାରଙ୍କ କଡା ପଦକ୍ଷେପ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି 500 ତଳେ ରହିଛି ।
ସୌଜନ୍ୟ@ANI