ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପୁଲ ପହଲଦ ପୁର ଠାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହ ମାତ୍ର 17 ମିନିଟରେ ଅତି ସରଳ ଉପାୟରେ କରାଯାଇଥିଲା । କୌଣସି ବିଶାଳ ସମାରୋହ ଓ ଭୋଜି ଅନୁଷ୍ଠିତ ହୋଇନାହିଁ । ବିବାହ କେବଳ ଅଳ୍ପ କିଛି ସମ୍ପର୍କୀୟଙ୍କ ସହିତ ମଧ୍ୟରେ 17 ମିନିଟରେ ହୋଇଥିଲା ।
ଆପଣ ଦେଖିଥିବେ ଅତି ଭବ୍ୟ ସମାରୋହରେ ବିବାହ ଆୟୋଜିତ ହୋଇଥାଏ କିନ୍ତୁ ସନ୍ଥ ରାମପାଳଙ୍କ ଶିଷ୍ୟତ୍ବ ପରିବାର ବାହାଘର ଅତି ସାଧାରଣ ଭାବେ କାରାଯାଇଥିଲା । କେବଳ 17 ମିନିଟରେ ବିନା ଦିଆନିଆରେ ବିବାହ ସମ୍ପନ୍ନ ହୋଇଥିଲା ।
ଏହାକୁ ନେଇ ବର କହିଛନ୍ତି ଯେ ଆମେ ଖୁସି ଯେ ଆମର ବିବାହ ଅତି ସରଳ ଉପାୟରେ କରାଯାଇଥିଲା। ଯେଉଁଥିରେ କୌଣସି ଅପବ୍ୟବହାର କିମ୍ବା ଅର୍ଥର ଅପଚୟ ନଥିଲା । କାରଣ ଗ୍ରାଣ୍ଡ ବିବାହ ଯୋଜନା ହେତୁ ଜଣେ ବ୍ୟକ୍ତି ଅନେକ ପ୍ରକାରର ଋଣ ଓ ଭାରରେ ରୁହେ । କିନ୍ତୁ ଏହି ବିବାହ କୌଣସି କାରବାର ବିନା ସରଳ ଉପାୟରେ କରାଯାଇଥିଲା । ଏହା ବ୍ୟତୀତ ବିବାହରେ କୋରୋନା ମହାମାରୀ ସମ୍ପର୍କରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥିଲା।