ETV Bharat / bharat

ଏହି ସବୁ ଜୋନରେ କରିପାରିବେ ଅନଲାଇନ୍ ସପିଂ

author img

By

Published : May 18, 2020, 10:50 AM IST

ଲକଡାଉନ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଅନଲାଇନ୍ ସପିଂ କରିପାରିବେ କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଇ-କମର୍ସ କିମ୍ବା ଅନଲାଇନ୍ ସପିଂକୁ ଅନୁମତି ନାହିଁ ।

Online Shopping
ଅନଲାଇନ୍ ସପିଂ

ନୂଆଦିଲ୍ଲୀ: ଲକଡାଉନ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଅନଲାଇନ୍ ସପିଂ କରିପାରିବେ କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଇ-କମର୍ସ କିମ୍ବା ଅନଲାଇନ୍ ସପିଂକୁ ଅନୁମତି ନାହିଁ । ନୂଆ ଗାଇଡଲାଇନ୍ ଅନୁସାରେ ଆନ୍ତଃରାଜ୍ୟ ପରିବହନ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ନନ୍-କଣ୍ଟେନମେଣ୍ଟ ଜୋନରେ ହିଁ କେବଳ ଅନଲାଇନ୍ ସପିଂ କରିପାରିବେ । ତେବେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ 31 ମେ ଯାଏଁ ଚାଲିବ ।

ରାଜ୍ୟକୁ ଜୋନ୍ ଚୟନ କରିବା ଅନୁମତି ଦିଆଯାଇଛି । ଏହାସହ ନୂଆ ଗାଇଡଲାଇନ୍ ଅନୁସାରେ ସମସ୍ତ ଅଫିସର କର୍ମଚାରୀ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟ । କଣ୍ଟେନମେଣ୍ଟ ଜୋନ୍ ଗୁଡିକରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ । ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି, ଅତ୍ୟାବଶ୍ୟକ ସାମଗ୍ରୀ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକଙ୍କ କୌଣସି ଗତିବିଧି ନେଇ କଡା ନିୟନ୍ତ୍ରଣ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.