ETV Bharat / bharat

ଆଇଏସ କମାଣ୍ଡର ନିହତ, କାଶ୍ମୀର ଯୁବକଙ୍କୁ ଅନଲାଇନରେ କରୁଥିଲା ଭର୍ତ୍ତି - huzaifa al bakistani killed in drone attack

ପାକିସ୍ତାନ ନାଗରିକ ତଥା ଆଇଏସ କମାଣ୍ଡର ହୁଜୈଫା ଅଲ ବାକିସ୍ତାନୀକୁ ଡ୍ରୋନ ଆଟାକ । ଆଫଗାନିସ୍ତାନ ନରଗରହର ପ୍ରାନ୍ତର ଖୋଗୟୀନୀ ଜିଲ୍ଲାରେ ଏକ ଡ୍ରୋନ ଆକ୍ରମଣରେ ଉକ୍ତ ଆତଙ୍କବାଦୀ ନିହତ ହୋଇଛି । କାଶ୍ମୀର ଯୁବକଙ୍କୁ ଆଇଏସରେ ଅନଲାଇନ ଭର୍ତ୍ତି କରାଉଥିଲା ଏହି ଆତଙ୍କବାଦୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 21, 2019, 12:58 PM IST

ନୂଆଦିଲ୍ଲୀ: କାଶ୍ମୀର ଯୁବକଙ୍କୁ ଆଇଏସରେ ଭର୍ତ୍ତି କରାଉଥିବା ଆଇଏସ କମାଣ୍ଡର ତଥା କୁଖ୍ୟାତ ଆତଙ୍କବାଦୀ ହୁଜୈଫା ଅଲ ବାକିସ୍ତାନୀର ଏକ ଡ୍ରୋନ ଆକ୍ରମଣରେ ନିହତ ହୋଇଛି । ମାଷ୍ଟରମାଇଣ୍ଡ ଏବଂ ଟ୍ରେଣ୍ଡରେ ଚାଲିଥିବା ଏହି ପାକିସ୍ତାନୀ ଆତଙ୍କବାଦୀ ଗୁଡାଏ ଭାରତୀୟ ଯୁବକଙ୍କୁ ଆଇଏସରେ ଭର୍ତ୍ତି କରାଇଛି । ଉକ୍ତ ଆତଙ୍କବାଦୀକୁ ଆଫଗାନିସ୍ତାନ ନରଗରହର ପ୍ରାନ୍ତର ଖୋଗୟୀନୀ ଜିଲ୍ଲାରେ ଏକ ଡ୍ରୋନ ଆକ୍ରମଣ କରିଥିଲା ।

ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା କଥା ହେଲା ହୁଜୈଫା ଭାରତୀୟ ଯୁବକଙ୍କୁ ଅନଲାଇନ ମାଧ୍ୟମରେ ଆଇଏସ ସଂଗଠନରେ ଭର୍ତ୍ତି କରାଉଥିଲା । ଏହାସହ 'ୱିଲ୍ୟାଃ ଅଫ୍ ହିନ୍ଦ' (Wilayah of Hind) ର ଗଠନ ପଛରେ ହୁଜୈଫାର ବଡ଼ ହାତ ଥିଲା ବୋଲି ଜଣାପଡିଛି । ସମ୍ପ୍ରତ୍ତିରେ ଆଇଏସ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ହୁଜୈଫା ଏକ ଏନ ପ୍ରାନ୍ତ ଗଠନ କରିଛି । କିଛିଦିନ ପୂର୍ବେ ଭରାତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏକ ସଂଘର୍ଷ ହୋଇଥିଲା । ସେଥିରେ ଆଇଏସ ଉକ୍ତ ଏନ ପ୍ରାନ୍ତ ଗଠନ ହୋଇଥିବା ଦାବି କରିଥିଲା ।

ସୁରକ୍ଷା ଏଜେନ୍ସି ଅନୁସାରେ ହୁଜୈଫା ଜଣେ ପାକିସ୍ତାନ ନାଗରିକ ଅଟେ । ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ଲସ୍କର-ଏ-ତୋଏବାରେ ସାମିଲ ହେଲା । ଏହାପରେ ସେ ଲସ୍କରର ମିଡିଆ ବିଭାଗ ସମ୍ଭାଳିବାରେ ଲାଗିଲା । ଏହାପରେ ପରେ ସେ ଆଇଏସ ସହ ସମ୍ପର୍କ ବଢାଇବାରେ ଲାଗିଲା । ଜମ୍ମୁ-କାଶ୍ମୀରେ ଆଇଏସର ଏକ ଅନଲାଇନ ନିଯୁକ୍ତି ଗଠନ କରି କାଶ୍ମୀର ବହୁ ଯୁବକଙ୍କୁ ଏଥିରେ ସାମିଲ କରାଇଲା । ସୂଚନା ଥାଉକି ହୁଜେଫା କାଶ୍ମୀରର ହିଁ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ଶ୍ରୀନଗରେ ବାସ କରୁଥିବା ଲିଜାଜ ଅହନଗର ନିଜ ଝିଅ ସବୀରାର ବିବାହ ହୁଜେଫା ସହ କରାଇଥିଲା ।

କୁହାଯାଉଛି ଯେ ହୁଜେଫା ଆଫଗାନିସ୍ତାନରେ ତାଲିବାନ ଏବଂ ହକ୍କାନୀ ନେଟୱର୍କ ସହ ଜଡିତ ଥିଲା । ସେ ସେଠାରେ ଥାଇ ଭାରତ ବିରୋଧରେ ତାଙ୍କ ସହ ମିଶି କାମ କରୁଥିଲା ।

Intro:Body:

test Tr

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.