ETV Bharat / bharat

ଅନଲାଇନ ଶିକ୍ଷା; ଲାଭ ଅପେକ୍ଷା କ୍ଷତି ଅଧିକ

author img

By

Published : Jul 27, 2020, 9:02 AM IST

Updated : Jul 27, 2020, 10:51 AM IST

କୋରୋନା ମହାମାରୀ ମଧ୍ୟରେ ଦେଶରେ ରାଜ୍ୟ ସରକାର ଗୁଡିକ ଅନଲାଇନ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରୁଛନ୍ତି । ତଥାପି ବିହାରର ଗ୍ରାମାଞ୍ଚଳ ପାଇଁ ଅନଲାଇନ ଶିକ୍ଷା ଏକ ସ୍ବପ୍ନ ହୋଇରହିଛି। ବିହାରର ପୁର୍ନିଆ ଜିଲ୍ଲାରେଦେଖିବାକୁ ମିଳିଛି ଏଭଳି ସ୍ଥିତି । 51 ପ୍ରତିଶତ ସାକ୍ଷରତା ହାର ଥିବା ଏହି ଜିଲ୍ଲାରେ ଗରିବ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି କଠୋର ଆହ୍ବାନ । ଅଧିକ ପଢନ୍ତୁ...

ଅନଲାଇନ ଶିକ୍ଷା; ଲାଭ ଅପେକ୍ଷା କ୍ଷତି ଅଧିକ
ଅନଲାଇନ ଶିକ୍ଷା; ଲାଭ ଅପେକ୍ଷା କ୍ଷତି ଅଧିକ

ପାଟନା: କୋରୋନା ମହାମାରୀ ମଧ୍ୟରେ ଦେଶରେ ରାଜ୍ୟ ସରକାର ଗୁଡିକ ଅନଲାଇନ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରୁଛନ୍ତି । ତଥାପି ବିହାରର ଗ୍ରାମାଞ୍ଚଳ ପାଇଁ ଅନଲାଇନ ଶିକ୍ଷା ଏକ ସ୍ବପ୍ନ ହୋଇରହିଛି। ବିହାରର ପୁର୍ନିଆ ଜିଲ୍ଲାରେଦେଖିବାକୁ ମିଳିଛି ଏଭଳି ସ୍ଥିତି । 51 ପ୍ରତିଶତ ସାକ୍ଷରତା ହାର ଥିବା ଏହି ଜିଲ୍ଲାରେ ଗରିବ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି କଠୋର ଆହ୍ବାନ ।

ସହରାଞ୍ଚଳର ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସକୁ ସଠିକ ଉପଯୋଗ କରିପାରୁଥିବା ବେଳେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନସାରା ବିଦ୍ୟୁତ ଯୋଗାଣ ମଧ୍ୟ ସମ୍ଭବ ନୁହେଁ । ଏପରିକି ନିରବଚ୍ଛିନ୍ନ ଇଣ୍ଟରନେଟ ସଂଯୋଗ ମଧ୍ୟ ଅନ୍ୟ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଗରିବ ଅଭିଭାବକଙ୍କ କ୍ଷେତ୍ରରେ ଆର୍ଥିକ ସମସ୍ୟାରୁ ମୋବାଇଲ କିଣିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଏହା ଫଳରେ ଡିଜିଟାଲ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

କେତେକ ସ୍ଥାନରେ ନେଟୱାର୍କ ଅସୁବିଧା କାରଣରୁ ବିନା ବ୍ୟାଘାତରେ କଲ କରିବା ମଧ୍ୟ ସମ୍ଭବ ହୋଇନଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକ୍ଷେତ୍ରରେ ୱେବସାଇଟ୍ ବ୍ରାଉଜ୍ କରିବା କିମ୍ବା ଅନଲାଇନ କ୍ଲାସରେ ଯୋଗଦେବା ପ୍ରାୟ ଅସମ୍ଭବ ହୋଇଯାଏ । ବିହାର ସରକାର ଅନଲାଇନ ଶିକ୍ଷା ପାଇଁ ବାହାସ୍ଫୋଟ ମାରୁଥିବା ବେଳେ ବାସ୍ତବତା ଭିନ୍ନ ରହିଛି । ରିପୋର୍ଟ ଅନୁଯାୟୀ, ପୁର୍ନିଆର 30 ପ୍ରତିଶତ ପିଲା ବିଦ୍ୟାଳୟକୁ ଯାଆନ୍ତି ନାହିଁ, ଅନଲାଇନ ଶିକ୍ଷା ଦୃଷ୍ଟିରୁ ରାଜ୍ୟର ସାକ୍ଷରତା ହାର ଅଭିବୃଦ୍ଧି ବିପଦରେ ରହିଛି।

ଅନଲାଇନ ଶିକ୍ଷା; ଲାଭ ଅପେକ୍ଷା କ୍ଷତି ଅଧିକ

ପିଲାମାନଙ୍କ ପାଇଁ ଅନଲାଇନ ଶିକ୍ଷା ଗ୍ରହଣ କରିବା ଏକ ସମସ୍ୟା ହୋଇଥିବା ଜଣେ ଅଭିଭାବକ ପ୍ରକାଶ କରିଛନ୍ତି । ସେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନଥିବା ପ୍ରକାଶ କରିବା ସହ କିଛି ଲୋକଙ୍କର ସ୍ମାର୍ଟଫୋନ ନଥିବା କହିଛନ୍ତି । ଏପରିକି ଜଣେ ଦିନ ମଜୁରିଆ ରାହୁଲ ତାଙ୍କ ପିଲାମାନଙ୍କୁ କୋରୋନା ଲକଡାଉନରେ ଶିକ୍ଷା ଦେବା ଚ୍ୟାଲେଞ୍ଜ ହୋଇଥିବା ପ୍ରକାଶ କରିଛନ୍ତି । ଏହାସହ ସରକାରଙ୍କୁ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଶିକ୍ଷକ ପୁଟୁଲ କୁମାରୀ କହିଛନ୍ତି, ତୃଣମୂଳ ସ୍ତରର ବାସ୍ତବତା ସରକାରୀ ରିପୋର୍ଟଠାରୁ ବହୁତ ଭିନ୍ନ। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଫୋନ ନାହିଁ। ସେଥିପାଇଁ ସେ ଜଣେ ଦୋକାନୀଙ୍କ ଠାରୁ ଅଭିଭାବକଙ୍କୁ ଫୋନ ଋଣ କରାଇଦେଇଥିବା ପ୍ରକାଶ କରିଛନ୍ତି । ଏପରି ଅନେକ ଛାତ୍ର ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନୁହଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2020, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.