ETV Bharat / bharat

ମାଗଣା ଗଣେଶ କିଟ୍‌ ଯୋଗାଉଛି ମୁମ୍ବାଇ ଏଜେନ୍ସି

author img

By

Published : Aug 22, 2020, 10:16 AM IST

Updated : Aug 22, 2020, 10:39 AM IST

ଚଳିତ ବର୍ଷ ନିଜ ନିଜ ଘରେ ଗଣେଶ ଚତୁର୍ଥୀ ପାଳୁଛନ୍ତି ଲୋକେ । ତେବେ ମୂର୍ତ୍ତି ନିର୍ମାଣରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାରିଗର ମାନେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଶିକ୍ଷା ଦେଉଛନ୍ତି ।

ଗଣେଶ ଚତୁର୍ଥୀ
ଗଣେଶ ଚତୁର୍ଥୀ

ମୁମ୍ବାଇ: ଚଳିତ ବର୍ଷ ନିଜ ନିଜ ଘରେ ଗଣେଶ ଚତୁର୍ଥୀ ପାଳୁଛନ୍ତି ଲୋକେ । ତେବେ ମୂର୍ତ୍ତି ନିର୍ମାଣରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମାଟି କାରିଗର ମାନେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଶିକ୍ଷା ଦେଉଛନ୍ତି । ଏଥିପାଇଁ ମାଗଣା ଅନଲାଇନ୍ କର୍ମଶାଳା ମଧ୍ୟ କରାଯାଉଛି। ଏହାସହ ଲୋକଙ୍କୁ ମୂର୍ତ୍ତି ନିର୍ମାଣ କିଟ୍ ମଧ୍ୟ ଯୋଗାଇ ଦିଆଯାଇଛି । ଏହାଦ୍ବାରା ଲୋକେ କୋରୋନା ଭାଇରସରୁ ମୁକ୍ତ ରହି ଗଣେଶ ଉତ୍ସବ ପାଳନ କରିପାରିବେ ।

ପୁଣେର ଏକ ଏଜେନ୍ସି ଥମ୍ କ୍ରିଏଟିଭ୍ ପ୍ୟାରିଭାରନ୍ ଦକ୍ଷତା କୃତି ମଞ୍ଚ ପିଲାମାନଙ୍କୁ ଗଣେଶ ପୂଜାର ମହତ୍ତ୍ବ କହିବା ସହ ଏହି ଉତ୍ସବ କିପରି ପାଳନ କରାଯିବ ଓ ଘରେ କିପରି ଗଶେଶ ମୂର୍ତ୍ତି ନିର୍ମାଣ କରାଯାଇ ପାରିବ ସେ ନେଇ ଟ୍ରେନିଂ ଦେଇଛନ୍ତି । ଏହି କିଟ୍ ପ୍ରସ୍ତୁତି ପାଇଁ ଏଜେନ୍ସି ପ୍ରାୟ 40 ଜଣ ମହିଳାଙ୍କ ରୋଜଗାର ଦେଇଥିଲା । ଏହି କିଟରେ 8.2 ଇଞ୍ଚ ଗଣେଶ ପ୍ରତିମା ଛାଞ୍ଚ, ଫାର୍ମ ମାଟି, ତିନୋଟି ପେଣ୍ଟ ରଙ୍ଗ, ଏକ ବ୍ରଶ ସହ ଏକ ପ୍ରସ୍ତୁତ ମାଟି ମୋଦକ୍ ରହିଛି । କେବଳ ଏତିକି ନୁହେଁ, ଘରେ ମୂର୍ତ୍ତି ତିଆରି ପାଇଁ ଏଜେନ୍ସି ତାଲିମ ଭିଡିଓ ପ୍ରଦାନ କରିଛି । ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ 2500 କିଟ୍ ଏଜେନ୍ସି ଦ୍ବାରା ବିକ୍ରି କରାଯାଇଛି ।

ଚକୋଲେଟ୍ ଗଣପତି ମୂର୍ତ୍ତିର ଉଦଭାବକ ମୁମ୍ବାଇର ରିଣ୍ଟୁ ରାଥୋଡ୍ ଅଗଷ୍ଟ 15 ରେ ଏକ ମାଗଣା ଆନ୍ତର୍ଜାତୀୟ ଅନଲାଇନ୍ କର୍ମଶାଳା କରିଥିଲେ। ଏହି କର୍ମଶାଳାରେ ଘରେ ଚକୋଲେଟ୍ ଓ ମାଟିରେ ପ୍ରତିମା ତିଆରି ପାଇଁ ଶିକ୍ଷା ଦେଇଥିଲେ । ଏଥିରେ 45ଟି ଦେଶରୁ 2400 ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ରାଥୋଡ କହିଛନ୍ତି, ‘ଏହି ଟ୍ରେନିଂ ପାଇଁ ଗୋଟିଏ ଦିନରେ 900 ରେଜିଷ୍ଟ୍ରେସନ୍ ହୋଇଥିଲା । ଏହା ବାପ୍ପାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ନିଶ୍ଚିତ’ । ବେକର୍ ଗୌରୀ କେକରେ ମଧ୍ୟ ଦୁଇଟି ଅନଲାଇନ୍ କର୍ମଶାଳା କରିଥିଲେ । ଏଥିରେ ସେ ଲୋକଙ୍କୁ ନିଜ ଘରେ ବିଷର୍ଜନ କରିବାକୁ କହିଥିଲେ ।

Last Updated : Aug 22, 2020, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.