ETV Bharat / bharat

କେତେ ସୁରକ୍ଷିତ ଅନଲାଇନ ଶିକ୍ଷା !

author img

By

Published : Jul 30, 2020, 12:52 PM IST

କୋରୋନା ମହାମାରୀ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ନିୟୋଜିତ ରଖିବାର ଏକମାତ୍ର ଉପାୟ ପାଲଟିଛି ଅନଲାଇନ ଶିକ୍ଷା । ଏହାର ଉଭୟ ଭଲ ଏବଂ ଖରାପ ପ୍ରଭାବ ମଧ୍ୟ ରହିଛି ।

online class
କେତେ ସୁରକ୍ଷିତ ଅନଲାଇନ ଶିକ୍ଷା !

ହାଇଦ୍ରାବାଦ: କୋରୋନା ମହାମାରୀ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ନିୟୋଜିତ ରଖିବାର ଏକମାତ୍ର ଉପାୟ ପାଲଟିଛି ଅନଲାଇନ ଶିକ୍ଷା । ଏହାର ଉଭୟ ଭଲ ଏବଂ ଖରାପ ପ୍ରଭାବ ମଧ୍ୟ ରହିଛି । ଭଲ ପ୍ରଭାବ ଏହା ଯେ ଛାତ୍ରଛାତ୍ରୀମାନେ ଶିକ୍ଷା ସହ ଜଡିତ ରହୁଛନ୍ତି । ଖରାପ ପ୍ରଭାବ ଏହା ଯେ ହ୍ୟାକର୍ସମାନେ ହ୍ୟାକିଙ୍ଗ ଟେକ୍ନିକ ବ୍ୟବହାର କରି ତଥ୍ୟ ଚୋରି କରୁଛନ୍ତି ।

ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ରଖିଥିବା ଛାତ୍ରଛାତ୍ରୀମାନେ ଇଣ୍ଟରନେଟ ମାଧ୍ୟମରେ ଅନଲାଇନ ଶିକ୍ଷା ପାଉଛନ୍ତି । ତେବେ ଯେତେବେଳେ ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇନ କ୍ଲାସରେ ଯୋଗ ଦେଉଛନ୍ତି ସେତେବେଳେ କ୍ଲାସର ସୁରକ୍ଷା ସହ ଛାତ୍ରଛାତ୍ରୀଙ୍କ ତଥ୍ୟ ସୁରକ୍ଷା ବିଷୟରେ ଚିନ୍ତା କରିବା ଆବଶ୍ୟକ ରହିଛି । କାରଣ ହ୍ୟାକର୍ସମାନେ ସବୁବେଳେ ଏହି ସମୟର ଫାଇଦା ଉଠାଇଥାନ୍ତି । ହ୍ୟାକର୍ସମାନେ ଛାତ୍ରଛାତ୍ରୀ ତଥ୍ୟ ଚୋରି କରି ସେମାନଙ୍କୁ ସାଇବର ହାରାସମେଣ୍ଟ ଓ ଧମକ ଦେଇଥାନ୍ତି ।

ଅନଲାଇନ କ୍ଲାସ ଚାଲୁଥିବା ସମୟରେ ଅନେକ ସମୟରେ ହ୍ୟାକର୍ସମାନେ ଏକ ଲାଇଭ୍ ଫିଡ୍ ଆପ ଉପରେ ଟ୍ୟାପ୍ କରନ୍ତି । ଯାହାହ୍ବାରା କ୍ଲାସରେ ପର୍ଣ୍ଣ ଭିଡିଓ, ହରର ଭିଡିଓ ଏବଂ ଅନୱାଣ୍ଟେଡ ଗ୍ରାଫିକ୍ସ ଚାଲିଥାଏ । ଏ ସମ୍ପର୍କରେ ଅନେକ ଅଭିଯୋଗ ଦେଶର ପ୍ରମୁଖ ସହରଗୁଡିକରେ ଥିବା ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି। ଏପରିକି କେତେକ ହ୍ୟାକର ମଧ୍ୟ ସ୍କୁଲ ସର୍ଭର ହ୍ୟାକ କରି ଲକ୍ ତଥ୍ୟ ଚୋରି କରିଥାନ୍ତି । ଏଭଳି ସ୍ଥିତିରେ କେତେ ସୁରକ୍ଷିତ ଅନଲାଇନ କ୍ଲାସ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.