ETV Bharat / bharat

ରେକର୍ଡ ଭାଙ୍ଗିଲା ପିଆଜ ଦର: ଆନ୍ଧ୍ରପ୍ରଦେଶରେ କିଲୋ ପିଛା@250

author img

By

Published : Dec 16, 2019, 11:27 AM IST

ଦେଶବ୍ୟାପୀ ପିଆଜ ଦର ଆକାଶ ଛୁଆଁ ଥିବାବେଳେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପିଆଜ ଦର ବୃଦ୍ଧି ହୋଇ 85ରୁ 250 ଟଙ୍କାରେ ପହଞ୍ଚିଛି ।

onion price
ଫାଇଲ ଫଟୋ

ହାଇଦ୍ରବାଦ: ଦେଶବ୍ୟାପୀ ପିଆଜ ଦର ଆକାଶ ଛୁଆଁ ଥିବାବେଳେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପିଆଜ ଦର ବୃଦ୍ଧି ହୋଇ 85ରୁ 250 ଟଙ୍କାରେ ପହଞ୍ଚିଛି ।

ତେବେ ହାଇଦ୍ରାବାଦରେ ଠେଲା ବିକାଳୀମାନେ ପିଆଜ କିଲୋ ପିଛା 85ଟଙ୍କାରେ ବିକ୍ରି କରୁଥିବା ବେଳେ ଅନ୍ୟ ମାର୍କେଟର ପିଆଜ କିଲୋ ପିଛା 150 ଟଙ୍କା ରହିଛି। ଏହାମଧ୍ୟରେ ଆନ୍ଧ୍ରପ୍ରଦେଶରେ ପିଆଜ ଦର ସାରା ରାଜ୍ୟର ରେକର୍ଡ ଭାଙ୍ଗି କିଲୋ ପିଛା 250 ଟଙ୍କା ବିକ୍ରି ହେଉଛି ।

ଜଣେ ବେପାରୀଙ୍କ କହିବା ଅନୁଯାୟୀ, ଗତ 30 ବର୍ଷ ମଧ୍ୟରେ ଚଳିତ ବର୍ଷ ପିଆଜ ଦର ସର୍ବାଧିକ ରହିଛି । ତେବେ ଚଳିତ ବର୍ଷ କମ୍ ବର୍ଷା କାରଣରୁ ପିଆଜ ଚାଷ ଖରାପ ହୋଇଥିଲା । ଯାହାଫଳରେ ପିଆଜରେ ହାତ ମାରି ହେଉନି ।

ଅନ୍ୟ ଏକ ବେପାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପିଆଜ ଚାଷ ଖରାପ ହେବା ପରଠାରୁ ଆମେ ସିଧାସଳଖ ମହାରାଷ୍ଟ୍ର ଠାରୁ ପିଆଜ କିଣୁଛୁ । ତେବେ ଏହା ପୂର୍ବରୁ ଚାଷୀମାନଙ୍କୁ ପିଆଜ କିଲୋ ପିଛା 4-5 ଟଙ୍କା ମିଳୁଥିବା ବେଳେ ଏବେ ଚାଷୀମାନେ 40-100 ଟଙ୍କା ପର୍ଯ୍ୟନ୍ତ ପାଉଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଦେଶରେ ପିଆଜ ଦର ନିୟନ୍ତ୍ରଣ ହେଉଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.