ETV Bharat / bharat

ଆହୁରି ବଢିବ ଦାମ: ମହାରାଷ୍ଟ୍ରରେ ବର୍ଷା, ତୁର୍କୀରୁ ପିଆଜ ଆମଦାନୀ ବନ୍ଦ

author img

By

Published : Dec 27, 2019, 11:33 AM IST

କିଛିଦିନ ହେବ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି । ଯାହା ବିଗତ 4 ମାସ ମଧ୍ୟରେ ଗ୍ରାହକଙ୍କ ସମତେ ଦୋକାନୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

onion price high
ପିଆଜ ଦର ଆକାଶଛୁଆଁ

ନୂଆଦିଲ୍ଲୀ: ବେଲଗାମ ହେଉଛି ପିଆଜ। ଆଗକୁ ଆହୁରି ପିଆଜ ଦରବୃଦ୍ଧି ହେବ ବୋଲି କୁହାଯାଉଛି । କିଛିଦିନ ହେବ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି । ଯାହା ବିଗତ 4 ମାସ ମଧ୍ୟରେ ଗ୍ରାହକଙ୍କ ସମତେ ଦୋକାନୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଓଡିଶାରେ ଏବେ ପିଆଜ ଦର ପାଖାପାଖି 120 ଟଙ୍କା ଥିବାବେଳେ ଅନ୍ୟ ବାହାର ରାଜ୍ୟରେ 100 ଟଙ୍କା ଉପରେ ରହିଛି ।

ଯାହାକୁ କିଣିବା ସାଧାରଣରେ ମଧ୍ୟ ଏତେ ସମ୍ଭବ ନୁହେଁ । ତେବେ ତୁର୍କୀରୁ ପିଆଜ ଆମଦାନୀ ହେବାପରେ ଦର ଉପରେ ଲଗାମ ଲାଗିବ ବୋଲି ଲୋକେ ଆଶା ବାନ୍ଧିଥିଲେ । ମାତ୍ର ସେ ଆଶା ବି ଏବେ ଧିରେ ଧିରେ ମଳିନ ହେବାକୁ ଲାଗିଲାଣି । କାହିଁକି ନା ଗୋଟିଏ ପଟେ ତୁର୍କୀରୁ ଆସୁଥିବା ବିଦେଶୀ ପିଆଜ ଆଖିକୁ ଦେଖିବାକୁ ଭଲ ଲାଗୁଥିଲେ ବି ଏହାର ସ୍ବାଦ ଲୋକଙ୍କୁ ସେତେଟା ପସନ୍ଦ ଆସୁନି । ବିଦେଶୀ ପିଆଜ ପାଣିଚିଆ ଲାଗୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି ।

ଏପଟେ ତୁର୍କୀର ପିଆଜ ଆମଦାନୀ ଉପରେ ମଧ୍ୟ ଏବେ ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ପଟେ ପିଆଜର ଲଗାତାର ବଢୁଥିବା ଦର ଓ ଅନ୍ୟପଟେ ଦେଶର ସବୁଠୁ ଅଧିକ ପିଆଜ ଉତ୍ପାଦିନକାରୀ ରାଜ୍ୟ ଭାବେ କୁହାଯାଉଥିବା ମହାରାଷ୍ଟ୍ରରେ ମଧ୍ୟ ବର୍ଷା ସମ୍ଭାବନା ଯୋଗୁଁ ପିଆଜ ଚାଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଏସବୁକୁ ଦେଖିଲେ ଭବିଷ୍ୟତରେ ପିଆଜ ଦର କମିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ବଂର ଏହାର ଦାମ ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.