ETV Bharat / bharat

ଜୁନ 15ରୁ ଭାରତରେ ୱାନପ୍ଲସ 8 ପ୍ରୋ 5ଜି ବିକ୍ରି ଆରମ୍ଭ - ଭାରତୀୟ ବଜାରରେ ନୂଆ ସ୍ମାର୍ଟଫୋନ

ସୀମିତ ବିକ୍ରି ସହ ଭାରତରେ ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବାକୁ ଯାଉଛି ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡ ୱାନପ୍ଲସର ନୂଆ ସ୍ମାର୍ଟଫୋନ । ଶୁକ୍ରବାର ଏନେଇ କମ୍ପାନୀ ଘୋଷଣା କରିଛି ।

OnePlus 8 pro 5G, oneplus smartphone in indian market, new smartphone to indian market, latest technology news, ୱାନପ୍ଲସ 8 ପ୍ରୋ 5ଜି, ଭାରତୀୟ ବଜାରରେ ୱାନପ୍ଲସ ସ୍ମାର୍ଟଫୋନ, ଭାରତୀୟ ବଜାରରେ ନୂଆ ସ୍ମାର୍ଟଫୋନ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଜୁନ 15ରୁ ଭାରତରେ ୱାନପ୍ଲସ 8 ପ୍ରୋ 5ଜି ବିକ୍ରି ଆରମ୍ଭ
author img

By

Published : Jun 13, 2020, 7:21 AM IST

ହାଇଦ୍ରାବାଦ: ସୀମିତ ବିକ୍ରି ସହ ଭାରତରେ ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବାକୁ ଯାଉଛି ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡ ୱାନପ୍ଲସର ନୂଆ ସ୍ମାର୍ଟଫୋନ । ଶୁକ୍ରବାର ଏନେଇ କମ୍ପାନୀ ଘୋଷଣା କରିଛି । ଏହି ନୂଆ ସ୍ମାର୍ଟଫୋନଟିର ନାମ ରହିଛି ୱାନପ୍ଲସ 8 ପ୍ରୋ 5ଜି । ତେବେ ଏହି ସ୍ମାର୍ଟଫୋନ ଆସନ୍ତା ଜୁନ 15ରୁ ଭାରତୀୟ ବଜାରରେ ଉପଲବ୍ଧ ହେବା ନେଇ ଜଣା ପଡିଛି ।

କୋରୋନା ପ୍ରକୋପରେ ଉତ୍ପାଦନରେ ବିଳମ୍ବ ହେତୁ ଏହି ସ୍ମାର୍ଟଫୋଟି ଏପ୍ରିଲରୁ ଲଞ୍ଚ ହେବା ସତ୍ତ୍ବେ ଭାରତୀୟ ବଜାରରେ ଉପଲବ୍ଧ ହୋଇପାରିନଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହା ମେ’ 29ରୁ ବିକ୍ରି ନେଇ ନିର୍ଦ୍ଧାରିତ ହୋଇଥିଲା । ହେଲେ ଉତ୍ପାଦନରେ ବିଳମ୍ବ ପାଇଁ ଏହାକୁ ଜୁନ 15ରେ ବିକ୍ରି ହେବା ନେଇ ଜଣା ପଡିଛି । ୱାନପ୍ଲସ 8 ସିରିଜ 5ଜିରେ ଭାରତୀୟ ବଜାରରେ ସୀମିତ ଷ୍ଟକ ବିକ୍ରି ହେବା ନେଇ କମ୍ପାନୀ ସୂଚନା ଦେଇଛି ।

ଏହି ସ୍ମାର୍ଟଫୋନର ଦୁଇଟି ଭାରିଏଣ୍ଟ ରହିବ । 8ଜିବି ର୍ୟାମ ଓ 128 ଜିବି ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ ଭାରତୀୟ ବଜାରରେ 54,999 ଟଙ୍କା ରହିଥିବା ବେଳେ 12 ଜିବି ର୍ୟାମ ଓ 256 ଜିବି ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ ରହିଛି 59,999 ଟଙ୍କା । ସେପଟେ ଏହି ସ୍ମାର୍ଟଫୋନରେ 6.78 ଇଞ୍ଚର QHD+ ଫ୍ଲୁଇଡ ଡିସପ୍ଲେ ସହ 120Hz ରିଫ୍ରେସ ରେଟ ରହିବ । ଏଥିରେ ସ୍ନାପଡ୍ରାଗନ 865 ଚିପ୍‌ ରହିବ । ଏହାର ଆକର୍ଷଣ ହେଉଛି ଏହା 30 ପ୍ରତିଶତ ଫାଷ୍ଟର ମେମୋରି ସ୍ପିଡ ସୁବିଧା ଯୋଗାଇପାରେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.