ETV Bharat / bharat

ଟ୍ରିପଲ ତଲାକକୁ ବର୍ଷେ: ଜାଣନ୍ତୁ ଏ ସମ୍ବନ୍ଧରେ କିଛି ଖାସ୍ ଖବର

author img

By

Published : Aug 1, 2020, 3:07 PM IST

ଦେଶରେ ଟ୍ରିପଲ୍ ତଲାକ (ତଲାକ-ଏ-ବିଦତ୍) ଉପରେ ପ୍ରତିବନ୍ଧକ ଲଗାଇବାରେ ଗୋଟେ ବର୍ଷ ପୂରଣ ହୋଇଛି । ଅଗଷ୍ଟ 1 ରେ ଲାଗୁ ହୋଇଥିବା ଏକ ଆଇନ ତଲାକକୁ ବେଆଇନ ଘୋଷଣା କରିଥିଲା ।

ଟ୍ରିପଲ୍ ତଲାକ
ଟ୍ରିପଲ୍ ତଲାକ

ହାଇଦ୍ରାବାଦ: ଦେଶରେ ଟ୍ରିପଲ୍ ତଲାକ (ତଲାକ-ଏ-ବିଦତ୍) ଉପରେ ପ୍ରତିବନ୍ଧକ ଲଗାଇବାରେ ଏକ ବର୍ଷ ପୂରଣ ହୋଇଛି । ଅଗଷ୍ଟ 1, 2019 ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା 18 ମେ 2017 ରେ ଟ୍ରିପଲ ତଲାକକୁ ବେଆଇନ ଘୋଷଣା କରିବା ପାଇଁ ଆଇନ ଅଣାଗଲା। ଅଗଷ୍ଟ 1 ରେ ଲାଗୁ ହୋଇଥିବା ଏକ ଆଇନ ତଲାକକୁ ବେଆଇନ ଘୋଷଣା କରିଥିଲା । ଯେକୌଣସି ମୁସଲମାନ ସ୍ବାମୀ ନିଜ ପତ୍ନୀଙ୍କ ବିନା ଅନୁମତି ରେ ଛାଡପତ୍ର ଦିଅନ୍ତି ତେବେ ତାଙ୍କୁ 3 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ ଓ ପତ୍ନୀଙ୍କ ଖର୍ଚ୍ଚ ପାଇଁ ମଧ୍ୟ ସେ ଦାୟୀ ରହିବେ । 2011 ଜନଗଣନା ଅନୁଯାୟୀ, ମୁସଲମାନ ମହିଳା ମୋଟ ଜନସଂଖ୍ୟାର 8 ପ୍ରତିଶତ ।

ଟ୍ରିପଲ ତଲାକ ସହ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ ତଥ୍ୟ-

16 ଅକ୍ଟୋବାର 2015- ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଭାରତର ପ୍ରଧାନ ବିଚାରପତିଙ୍କୁ ଏକ ଉପଯୁକ୍ତ ବେଞ୍ଚ ଗଠନ କରିବାକୁ କହିଥିଲେ। ହିନ୍ଦୁ ଉତ୍ତରାଧିକାର ମାମଲା ସହିତ କାରବାର କରୁଥିବାବେଳେ ମୁସଲିମ ମହିଳାମାନଙ୍କୁ ଛାଡପତ୍ର ମାମଲାରେ ଲିଙ୍ଗଗତ ଭେଦଭାବର ସମ୍ମୁଖୀନ ହେବାକୁ ପଡିବ କି ନାହିଁ ତାହା ଏହି ବେଞ୍ଚ ଯାଞ୍ଚ କରିବ ।

  • 2016 ଫେବୃଆରୀ- ସାୟେରା ବାନୋଙ୍କ ଆବେଦନରେ ଦର୍ଶାଯାଇଛି ଯେ ଯେତେବେଳେ ସେ ନିଜ ଚିକିତ୍ସା ପାଇଁ ଉତ୍ତରାଖଣ୍ଡ ସ୍ଥିତ ନିଜ ବାପା-ମାଙ୍କ ଘରକୁ ଯାଇଥିଲେ ସେତେବେଳେ ତାଙ୍କ ପତି ତାଙ୍କୁ ତଥାକଥିତ ଭାବେ ତଲାକ ଦେଇଥିଲେ । ପରେ ତାଙ୍କ ସ୍ବାମୀଙ୍କ ଏକ ଚିଠି ପରେ ଏନେଇ ସ୍ପଷ୍ଟ ହୋଇଥିଲେ ।
  • 5 ଫେବୃଆରୀ 2016- ଟ୍ରିପଲ୍ ତଲାକ, ନିକାହ, ହାଲାଲ ଓ ବହୁବିବାହର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଯୁକ୍ତିରେ ସୁପ୍ରିମକୋର୍ଟ ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗିଙ୍କୁ ସହାୟତା କରିବାକୁ କହିଥିଲେ।
  • 28 ମାର୍ଚ୍ଚ 2016- ମହିଳା ଓ ଆଇନ ଉପରେ ଏକ ଉଚ୍ଚ ସ୍ତରୀୟ ପ୍ୟାନେଲରେ ବିବାହ, ଛାଡପତ୍ର, ହେପାଜତ ତଥା ଉତ୍ତରାଧିକାରୀ ସମ୍ବନ୍ଧୀୟ ଆଇନ ଉପରେ ଧ୍ୟାନ ଦେଇ ପାରିବାରିକ ଆଇନଗୁଡିକର ମୂଲ୍ୟାଙ୍କନ କରୁଥିବା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଆତ୍ମହତ୍ୟା ମାମଲାରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ବୋର୍ଡ (AIMPLB) ସମେତ ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ସାମିଲ ହୋଇଥିଲେ।
  • 29 ଜୁନ 2016- ସୁପ୍ରିମକୋର୍ଟ କହିଥିଲେ ଯେ ସାମ୍ବିଧାନିକ ଭାବରେ ମୁସଲମାନମାନଙ୍କ ମଧ୍ୟରେ ଟ୍ରିପଲ ତଲାକ ସମ୍ପର୍କିତ ଯାଞ୍ଚ କରାଯିବ।
  • 7 ଅକ୍ଟୋବର 2016- ଭାରତର ସାମ୍ବିଧାନିକ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସୁପ୍ରିମକୋର୍ଟରେ ଏହି ଅଭ୍ୟାସକୁ ବିରୋଧ କରିଥିଲା । ଲିଙ୍ଗଗତ ସମାନତା ଓ ଧର୍ମନିରପେକ୍ଷତା ଆଧାରରେ ଏକ ଦୃଷ୍ଟିକୋଣ ଗ୍ରହଣ କରିଥିଲା।
  • 14 ଫେବୃଆରୀ 2017- ସୁପ୍ରିମକୋର୍ଟ ବିଭିନ୍ନ ପାରସ୍ପରିକ ଦଲିଲକୁ ଅନୁମତି ଦେଲେ ଓ ସବୁକୁ ମୁଖ୍ୟ ମାମଲା ସହିତ ଯୋଡି ଦେଲେ ।
  • 16 ଫେବୃଆରୀ 2017- ଟ୍ରପିଲ ତଲାକ ଓ ନିକାହ ହାଲାଲା ସହ ଜଡିତ ଚ୍ୟାଲେଞ୍ଜ ଉପରେ ସୁପ୍ରିମକୋର୍ଟ 5 ଜଣିଆ ସାମ୍ବିଧାନିକ ବେଞ୍ଚ ଗଠନ କରିଥିଲେ।
  • ମାର୍ଚ୍ଚ 2017- ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଆଇନ ବୋର୍ଡ (AIMPLB) ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଟ୍ରିପଲ ତଲାକ ନ୍ୟାୟପାଳିକାର ଅଧୀନରେ ଅଛି।
  • 18 ମେ 2017- ଟ୍ରିପଲ ତଲାକର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ତୁରନ୍ତ ଆବେଦନ କରିଥିଲେ।
  • 22 ଅଗଷ୍ଟ 2017- ଟ୍ରିପଲ ତଲାକ ଅଭ୍ୟାସକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିଲେ। ଆଇନ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ଦାବି କରିଥିଲେ ।
  • ଡିସେମ୍ବର 2017- ଲୋକସଭାରେ ମୁସଲିମ୍ ମହିଳା (ସଂରକ୍ଷଣ ଅଧିକାର ଉପରେ ବିବାହ) ବିଲ୍, 2017 ପାସ୍ କରାଗଲା ।
  • 9 ଅଗଷ୍ଟ 2018- ଟ୍ରିପଲ ତଲାକ ବିଲରେ ସଂଶୋଧନକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ।
  • 10 ଅଗଷ୍ଟ 2018- ରାଜ୍ୟସଭାରେ ବିଲ୍ ଉପସ୍ଥାପିତ ହେଲା । ମାତ୍ର ବିନା କୌଣସି ସହମତିରେ ।
  • 19 ସେପ୍ଟେମ୍ବର 2018- କ୍ୟାବିନେଟ୍ ଅନୁମୋଦନ ଓ ତିନି ବର୍ଷ ଜେଲ ପାଇଁ ଦଣ୍ଡବିଧାନ ।
  • 31 ଡିସେମ୍ବର 2018- ରାଜ୍ୟସଭାରେ ଏକ ସିଲେକ୍ଟ ପ୍ୟାନେଲ୍ ଦ୍ବାରା ବିଲକୁ ପୁଣି ଯାଞ୍ଚ ପାଇଁ ବିରୋଧିଙ୍କ ଦାବି ।
  • 20 ଜୁନ 2019- ସଂସଦର ମିଳିତ ଅଧିବେଶନରେ ତାଙ୍କ ସମ୍ବୋଧନ ସମୟରେ ରାଷ୍ଟ୍ରପତି କୋବିନ୍ଦ ରାଜନୈତିକ ଦଳମାନଙ୍କୁ ଏହି ତଲାକ ବିଲ୍ ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ।
  • 20 ଜୁନ 2019- ସରକାର ରାଜ୍ୟସଭାରେ ମୁସଲିମ୍ ମହିଳା (ସୁରକ୍ଷା ଅଧିକାର ଉପରେ ବିବାହ) ବିଲ୍, 2019 ଘୋଷଣା କରିଥିଲେ।
  • 21 ଜୁନ 2019- ସରକାର ଲୋକସଭାରେ ମୁସଲିମ୍ ମହିଳା (ସୁରକ୍ଷା ଅଧିକାର ଉପରେ ବିବାହ) ବିଲ୍, 2019 କୁ ଉପସ୍ଥାପନ କରିଥିଲେ।
  • 25 ଜୁଲାଇ 2019- ବିରୋଧୀଙ୍କ ବିରୋଧ ମଧ୍ୟରେ ଲୋକସଭାରେ ଟ୍ରିପଲ୍ ତଲାକ ବିଲ୍ ପାରିତ ହୋଇଥିଲା।
  • 30 ଜୁଲାଇ 2019- ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ପାସ୍ ।

ନଭେମ୍ବର 2019 ରେ ରାଜଧାନୀରେ ଭାରତୀୟ ମୁସଲିମ ମହିଳା ଆନ୍ଦୋଳନ (BMMA) ଦ୍ବାରା 2 ଦିନିଆ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ସମେତ 10 ଟି ରାଜ୍ୟରୁ ପ୍ରାୟ 50 ଜଣ ମୁସଲମାନ ମହିଳା ଯୋଗ ଦେଇଥିଲେ।

ସମ୍ମିଳନୀରେ ମହିଳାମାନେ ଯୋଗ ଦେଇ ସ୍ବାମୀ ଦ୍ବାରା ହୋଇଥିବା ଅତ୍ୟଚାର ବିଷୟରେ କହିଥିଲେ । ଏପରିକି କିଛି ମହିଳା ପୋଲିସ ମାମଲା ରୁଜୁ କରିବାରେ ବିଳମ୍ବ ଦେଖଉଥିବା ମଧ୍ୟ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ୍ ନାକଭି କହିଛନ୍ତି ଯେ ଟ୍ରିପଲ ତଲାକ କାନୁନ ହଟିବା ପରେ ପ୍ରାୟ 82 ପ୍ରତିଶତ ଛାଡପତ୍ର ହାର ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.