ETV Bharat / bharat

ପୁଲୱାମାକୁ ବର୍ଷେ; ବୀରପୁତ୍ରଙ୍କୁ ହରାଇ ଆଜି ବି କାନ୍ଦୁଛି ଭାରତ

author img

By

Published : Feb 14, 2020, 8:11 AM IST

Updated : Feb 14, 2020, 10:26 AM IST

ଜମ୍ମୁ-କାଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତି ଆକ୍ରମଣକୁ ଆଜି(ଶୁକ୍ରବାର) ବର୍ଷେ ପୁରିଛି । ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଆଜି ମନେ ପକାଉଛି ଦେଶ । ଶହୀଦଙ୍କ ପାଇଁ ଲୁହ ଗଡାଉଛନ୍ତି ଦେଶବାସୀ । ଅଧିକ ପଢନ୍ତୁ...

pulwama terror attack
ପୁଲୱାମା ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣକୁ ଆଜି(ଶୁକ୍ରବାର) ବର୍ଷେ ପୂରିଛି। 2019 ମସିହା ଫେବୃଆରୀ 14 ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣ । ଏହି ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ 40 ଜଣ ଭାରତୀୟ ଯବାନ । ଯାହା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଆଜି ମନେ ପକାଉଛି ଦେଶ । ଶହୀଦଙ୍କ ପାଇଁ ଲୁହ ଗଡାଉଛନ୍ତି ଦେଶବାସୀ । ଏହି ଆକ୍ରମଣ କଥା ଭାବିବା ମାତ୍ରେ ଆଜି ବି ଶିହରି ଉଠେ ଦେହ ।

ପୁଲୱାମା ଆକ୍ରମଣର ପ୍ରଥମ ବର୍ଷ ଅବସରରେ ସିଆରପିଏଫ ଶହୀଦଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଶହୀଦଙ୍କ ଉଦ୍ଦେଶ୍ୟରେ ପୁଲୱାମା ଜିଲ୍ଲା ଲେଥପୋରାଠାରେ ଶୁକ୍ରବାର ଏକ ଶହୀଦ ସ୍ମାରକୀ ଉଦ୍‌ଘାଟନ କରାଯିବ । ସେଥିରେ ଶହୀଦ ଯବାନଙ୍କ ଫୋଟ ସହ ନାମ ଲେଖାଯିବ । ଏଥିସହ ସିଆରପିଏଫର ଲକ୍ଷ୍ୟ 'ସେବା ଏବଂ ନିଷ୍ଠା' ସେଥିରେ ସ୍ଥାନ ପାଇବ । ଏଥିପାଇଁ ଶହୀଦ ଯବାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରି ଅଣାଯାଇଛି । ଶୁକ୍ରବାର ଲେଥପୋରାଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ସିଆରପିଏଫର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଜୁଲଫିକର ହାସନ, କାଶ୍ମୀର ଜୋନ ପୋଲିସ ଆଇଜି ରାଜେଶ କୁମାର ଏବଂ ବରିଷ୍ଠ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକାରୀ ତଥା ଯବାନ ଯୋଗ ଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

pulwama terror attack
ପୁଲୱାମା ଆକ୍ରମଣ

୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଜମ୍ମୁ-କାଶ୍ମୀରରୁ ଆସିଥିଲା ଦେଶକୁ ମର୍ମାହତ କରିଦେବା ଭଳି ଏକ ଦୁଃଖଦ ଖବର । ଚାରିଆଡେ ପ୍ରେମର ବାର୍ତ୍ତା ଦିଆଯାଉଥିବା ବେଳେ ଘୃଣାର ମଞ୍ଜି ବୁଣିଥିଲେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ଆତଙ୍କବାଦୀ । ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ବସ୍‌ରେ କରିଥିଲେ ଭୟଙ୍କର ବିସ୍ଫୋରଣ । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଘଟାଇଥିଲେ ଏହି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ ।

ତେବେ ଏହାର କିଛି ଦିନ ପରେ ଭାରତ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲା । ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶର ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ତେବେ ଏହି କାର୍ଯ୍ୟାନୁଷ୍ଠାନରେ ଜୈଶର ସମସ୍ତ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଯାଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

Last Updated : Feb 14, 2020, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.