ETV Bharat / bharat

ପୋଲିସ ଟିମ ଉପରକୁ ଗୁଳିମାଡ; ଜଣେ ମୃତ, 2 ଆହତ

author img

By

Published : Jun 9, 2020, 3:41 PM IST

ପଞ୍ଜାବର ମୋଗା ଜିଲ୍ଲାର ଜଣେ ଦୁର୍ବୃତ୍ତର ପୋଲିସ ଟିମ୍ ଉପରକୁ ଅତର୍କିତ ଗୁଳିଚାଳନା । ଏଥିରେ ଜଣେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଉପରକୁ ଦୃବୁତ୍ତର ଅଚାନକ ଗୁଳିମାଡ, ଜଣେ କର୍ମଚାରୀ ମୃତ 2 ଆହତ

ଚଣ୍ଡିଗଡ଼: ପଞ୍ଜାବର ମୋଗା ଜିଲ୍ଲାରେ ପୋଲିସ ଟିମ୍ ଉପରକୁ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିଚାଳନା । ଏଥିରେ ଜଣେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ସୋମବାର ବିଳମ୍ବିତ ରାତିରେ ମୋଗାର ଖୋସା ପାଣ୍ଡୋ ଗ୍ରାମରେ ଘଟିଛି।

ଅଧିକାରୀମାନେ କହିଛନ୍ତି , ଉକ୍ତ ବ୍ୟକ୍ତିଙ୍କ ମାଁମୁ ତାଙ୍କ ନାଁରେ ଗହମ ନଡା ଜାଳିବା ନେଇ ପୋଲିସ ନିକଟରେ ଏକ ଅଭିଯୋଗ କରିଥିଲେ। ଏନେଇ ପୋଲିସର ଏକ ଟିମ୍ ଗୁରୁବିନ୍ଦରଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିବା ବେଳେ ବ୍ୟକ୍ତି ଜଣକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହଠାତ୍ ଗୁଳି ଚାଳନା କରିଥିଲେ ।

ଏଥିରେ ହେଡ କନଷ୍ଟେବଳ ଜଗମୋହନ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ଇନ୍ସପେକ୍ଟର ତାରଲୋଚାନ ସିଂ ଏବଂ କନଷ୍ଟେବଳ ରିଧାମ ସିଂ ଆହତ ହୋଇଥିବା ସେ କହିଛନ୍ତି । ଏହି ଟିମ୍ ତାଙ୍କ ଘର ନିକଟବର୍ତ୍ତୀ ଅଞ୍ଚଳକୁ ଘେରି ରହିଥିଲା ​​ଏବଂ ଏହା ପରେ ଗୁରୁବିନ୍ଦର ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ତେବେ ବ୍ୟକ୍ତି ଜଣକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କୁ ଗିରଫ କରାଯାଇଥିଲା । ଏହାସହ ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଡିଏସପି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.