ETV Bharat / bharat

ପବନର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ - ପବନର କ୍ୟୁରେଟିଭି ପିଟିସନ

pawans curative petition dismissed
ପବନର କ୍ୟୁରେଟିଭି ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ
author img

By

Published : Mar 2, 2020, 11:24 AM IST

Updated : Mar 2, 2020, 12:06 PM IST

11:19 March 02

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏନ.ଭି ରମଣଙ୍କ 5ଜଣିଆ ଖଣ୍ଡପୀଠରେ ଏହି ମାମଲାର ରାୟ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ନେଇ ଆବେଦନ ହୋଇଥିଲା କ୍ୟୁରେଟିଭ ପିଟିସନ । ଏବେ ସମସ୍ତଙ୍କ ନଜର ପଟିଆଲା ହାଉସ କୋର୍ଟ ଉପରେ ।  

ଏହା ସହିତ 4 ଦୋଷୀଙ୍କ ଶାରୀରିକ, ମାନସିକ ସ୍ଥିତିର ସମୀକ୍ଷା ପାଇଁ ଜାତୀୟ ମାନବଧିକାର ଆୟୋଗକୁ ନିର୍ଦ୍ଦେଶ ଦେବାକୁ ଗତ ଶନିବାର କୋର୍ଟରେ ଆବେଦନ କରାଯାଇଥିଲା । ଯାହାର ଶୁଣାଣି ହୋଇପାରେ । ଏହା ସହିତ ଫାଶୀରେ ସ୍ଥଗିତାଦେଶ ଆବେଦନର ମଧ୍ୟ ଶୁଣାଣି ହେବ ।  

ଏହି ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ହିଁ ଜଣେ ଯିଏ କି ଏଯାଏଁ କ୍ୟୁରେଟିଭ ପିଟିସନ ଆବେଦନ କରିନଥିଲା ।ସୂଚନାଯୋଗ୍ୟ, ଏହି ମାମଲାରେ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟ ସମସ୍ତେ କ୍ୟୁରେଟିଭି ପିଟିସନ ସହ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଆବେଦନ କରିସାରିଲେଣି । ଆଉ ଏହି ସମସ୍ତ ଆବେଦନ ଖାରଜ ମଧ୍ୟ କରାଯାଇଛି । ସେପଟେ, ଅକ୍ଷୟ ମଧ୍ୟ ଖାରଜ ହୋଇଥିବା କ୍ୟୁରେଟିଭ ପିଟିସନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ପୁଣି ଥରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ।

ପ୍ରଥମେ ଜାନୁଆରୀ 22 ତାରିଖକୁ ନିର୍ଭୟା ଦୋଷୀଙ୍କ ଡେଥ ୱାରେଣ୍ଟ ଜାରି ହୋଇଥିଲା । ଏହାପରେ ଫେବୃଆରୀ 1ତାରିଖକୁ ପୁଣି ଥରେ ଦ୍ବିତୀୟ ଥର ପାଇଁ 4ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଣ୍ଟ ଜାରି ହୋଇଥିଲା ।  ତେବେ ତୃତୀୟ ଥର ପାଇଁ ମାର୍ଚ୍ଚ 3 (ଆସନ୍ତାକାଲି) ଡେଥ ୱାରେଣ୍ଟ ଜାରି ହୋଇଛି ।

ସୌଜନ୍ୟ:@ANI

Last Updated : Mar 2, 2020, 12:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.