ETV Bharat / bharat

ସୋପିଆନ ଏନକାଉଣ୍ଟରରେ ନିପାତ ହେଲେ ଆତଙ୍କୀ - ନିପାତ ହେଲେ ଆତଙ୍କି

ଦକ୍ଷିଣ କାଶ୍ମୀରର ସୋଫିଆନରେ ଘଟିଥିବା ଏନକାଉଣ୍ଟରେ ଜଣେ ଆତଙ୍କୀ ନିପାତ । ଅଧିକ ପଢ଼ନ୍ତୁ...

One militant killed in Shopian encounter
ସୋଫିଆନ ଏନକାଉଣ୍ଟରରେ ନିପାତ ହେଲେ ଆତଙ୍କି
author img

By

Published : Apr 28, 2020, 9:40 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋଫିଆନ ଜିଲ୍ଲାର ଜଇନପୋରା ଠାରେ ମଙ୍ଗଳବାର ଚାଲିଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୋପିଆନର ଓପ ମେଲହୁରା ଦୁଇରୁ ତିନି ଆତଙ୍କୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ଏକ ନିର୍ଦ୍ଦିଷ୍ଟ ଇନପୁଟ ପାଇଥିଲା ।

ସେହି ଆଧାରରେ ସେନା ସମ୍ପୃକ୍ତ ଅଞ୍ଚଳରେ କର୍ଡନ- ସର୍ଚ୍ଚ ଅପରେସନ ଚଳାଇଥିଲା । ଏହି ସମୟରେ ଲୁଚିଥିବା ଆତଙ୍କୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ଏଥିରେ ଘଟିଥିବା ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଉଭୟ ଆତଙ୍କୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ପୋଲିସ ଓ ସେନାର ମିଳିତ ଅପରେସନ ଚାଲିଛି । ପୋଲିସର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଉପରେ ନଜର ରଖିଛନ୍ତି । ସେହିଭଳି ସୋମବାର ସେନାର ଅପରେସନରେ 3 ଜଣ ଆତଙ୍କୀ ନିପାତ ହୋଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.