ETV Bharat / bharat

ଡିଏସପି ଦାଭିନ୍ଦର ସିଂ ମାମଲାରେ ଆଉ ଜଣେ ଗିରଫ - delhi latest news

ଜମ୍ମୁ ଓ କାଶ୍ମୀର ବହିଷ୍କୃତ ଡିଏସପି ଦାଭିନ୍ଦର ସିଂ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଉ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 6 ଜଣଙ୍କୁ ଗିରଫ କରାଗଲାଣି । ଅଧିକ ପଢନ୍ତୁ...

one-man-arrested-by-nia-suspened-dsp-davinder-singh-martter
ଡିଏସପି ଦାଭିନ୍ଦର ସିଂ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ଏନଆଇଏ
author img

By

Published : Feb 14, 2020, 10:45 AM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ବହିଷ୍କୃତ ଡିଏସପି ଦାଭିନ୍ଦର ସିଂ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଉ ଜଣଙ୍କୁ ଗିରଫ କରିଛି । ଏନଆଇଏ ଦିଲ୍ଲୀରୁ ଏଲଓସି ବାଣିଜ୍ୟ ସଂଘର ପୂର୍ବତନ ସଭାପତି ତନବୀର ଅହମଦ ୱାନୀକୁ ଦିଲ୍ଲୀରୁ ଗିରଫ କିରିଛି । ଏହି ଗିରଫ ଗତ ଦୁଇ ଦିନ ତଳେ ହୋଇଥିବା ବେଳେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 6 ଜଣଙ୍କୁ ଗିରଫ କରାଗଲାଣି ।

ଜମ୍ମୁ କଶ୍ମୀରର ଡିଏସପି ଦାଭିନ୍ଦର ସିଂଙ୍କୁ ଗତ ମାସରେ ଆତଙ୍କବାଦୀଙ୍କ ସହିତ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା । ଡିଏସପି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ସାହାର୍ଯ୍ୟ କରୁଥିଲେ ଏବଂ ନିଜ ଘରେ ରହିବା ବ୍ୟବସ୍ଥା ମଧ୍ୟ କରିଥିଲେ । ଏହି ଘଟଣାକୁ ନେଇ ଏନଆଇଏ ଜମ୍ମୁ ଓ କାଶ୍ମୀର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏନଆଇଏ ମାମଲା ଗ୍ରହଣ କଲା ପରେ ଗୃହ ବିଭାଗ ଦ୍ବାରା ଘଟଣାର ତଦନ୍ତ ଚାଲିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.