ନୂଆଦିଲ୍ଲୀ: ତବଲିଗୀ ଜମାତ ସମାବେଶ ସାରା ଦେଶରେ ଚିନ୍ତା ବଢାଇଛି । ଦିନକୁ ଦିନ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ଜଣେ ବାୟୁସେନା ଅଧିକାରୀ ନିଜାମୁଦ୍ଦିନ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ତାଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ହୋମ କ୍ବାରେନଣ୍ଟାଇନରେ ରଖାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ତବଲିଘୀ ମର୍କାଜ କାର୍ଯ୍ୟକ୍ରମରେ ଦେଶ ଓ ଦେଶ ବାହାରୁ ଅନେକ ଲୋକ ଯୋଗ ଦେଇଥିଲେ । ଦିଲ୍ଲୀରେ 64 ବର୍ଷୀୟ ଜମେ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ହେବା ପରେ ନିଜାମୁଦ୍ଦିନ ସ୍ଥିତ ତବଲିଗୀ ଜମାତ ମାମଲାସାମ୍ନା କୁ ଆସିଥିଲା । ପାଖାପାଖି 15 ଟି ଦେଶରୁ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇଥିଲେ । ଆଉ ଏହା ଜଣାପଡିବା ପରେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସବୁ ରାଜ୍ୟକୁ ଆଲର୍ଟ କରାଯାଇଛି । ସାରା ଦେଶରେ ଏହା ଏବେ ଆତଙ୍କ ଖେଳାଇଛି । ପ୍ରତିଦିନ କେଉଁଠି ନା କେଉଁଠି ନିଜାମୁଦ୍ଦିନ ଫେରନ୍ତା ପଜିଟିଭ ଚିହ୍ନଟ ହେଉଛନ୍ତି ।
ତେବେ ଏଠାରେ ନିୟୋଜିତ ଥିବା ଜଣେ ବାୟୁସେନା ଅଧିକାରୀଙ୍କୁ କୋରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କାରେ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡିଛି ।