ETV Bharat / bharat

ଜୟପୁରରେ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 3 - corona test positive in rajasthan

ଜୟପୁରରେ ଆଉଜଣେ କୋରୋନା ସଂକ୍ରମିତ ଚିହ୍ନଟ । ତାଙ୍କୁ ସାୱାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏବେ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

jaipur
ଜୟପୁରରେ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ
author img

By

Published : Mar 11, 2020, 6:58 PM IST

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁରରେ ପୁଣି ଜଣେ କୋରୋନା ରୋଗୀ ଚିହ୍ନଟ । ଏହି ଚିହ୍ନଟ ପରେ ରାଜ୍ୟରେ କୋରୋନା ଭାଇରସ ପଜେଟିଭ ସଂଖ୍ୟା 3କୁ ବୃଦ୍ଧି ପାଇଛି । ନିକଟରେ ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହୋଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଜୟପୁରରେ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ

କୋରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କୁ ଜୟପୁରର ସାୱାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏବେ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଏନେଇ ସ୍ବାସ୍ଥ୍ୟ ବିଭାଗର ଏସିଏସ୍ ରୋହିତ ସିଂ କହିଛନ୍ତି ଯେ, ଜଣେ 85 ବୟସ୍କା ବୃଦ୍ଧ ଫେବୃଆରୀ 28 ରେ ଦୁବାଇରୁ ଫେରିଥିଲେ । ଆଉ ଏହାର କିଛିଦିନ ପରେ ତାଙ୍କଠାରେ କୋରୋନା ଭାଇରସର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା ।

ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରୋଗୀର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଯେଉଁଠାରେ ସେ କୋରୋନା ପଜିଟିଭ ବାହାରିଛି । ବ୍ୟକ୍ତି ଜଣକ ରିପୋର୍ଟ ପଜେଟିଭ ବାହାରିବା ପରେ ତାଙ୍କ ପତ୍ନୀ, ଓ ପୁଅର ମଧ୍ୟ କୋରୋନା ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.