ETV Bharat / bharat

ଚାଇନାରେ ଉତ୍ତରୀ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ରନବୀର ସିଂହ - Commander of PLA Ground Forces

ଉତ୍ତରୀ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ରନବୀର ସିଂହଙ୍କ 5 ଦିନିକିଆ ଚାଇନା ଗସ୍ତ । ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଫୋର୍ସର ମୁଖ୍ୟ କମାଣ୍ଡର ଜେନେରାଲ ହାନ ୱିଗୁଓଙ୍କ ସହ ଜେନେରାଲ ରଣବୀର ସିଂହଙ୍କ ଅନେକ ଗୁରୁତ୍ତପୂର୍ଣ୍ଣ ପ୍ରଂସଙ୍ଗରେ ବୈଠକ । ଅଧିକ ପଢନ୍ତୁ...

Lt Gen Ranbir Sing visit to China
ଚାଇନାରେ ଜେନେରାଲ ରନବୀର ସିଂହ
author img

By

Published : Jan 10, 2020, 12:23 AM IST

ନୂଆଦିଲ୍ଲୀ: ଉତ୍ତରୀ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ରନବୀର ସିଂହଙ୍କ 5 ଦିନିକିଆ ଚାଇନା ଗସ୍ତ । ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ଏହି ଗସ୍ତ ଅନେକ ଦୃଷ୍ଟିରୁ ମହତ୍ତପୂର୍ଣ୍ଣ ବୋଲି ଏକ ଅଧିକାରିକ ବୟାନରେ କୁହାଯାଇଛି ।

ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଫୋର୍ସର ମୁଖ୍ୟ କମାଣ୍ଡର ଜେନେରାଲ ହାନ ୱିଗୁଓଙ୍କ ସହ ଜେନେରାଲ ରଣବୀର ସିଂହ ବୈଠକ କରିଛନ୍ତି । ବୈଠକରେ ମିଳିତ ପ୍ରଶିକ୍ଷଣ, କ୍ଷେତ୍ରୀୟ ସୁରକ୍ଷା ବାତାବରଣ, ସୀମାସୁରକ୍ଷା ଓ ଶାନ୍ତି ବଳବତ୍ତର ରଖିବା ନେଇ 2 ଶୀର୍ଷ ସେନାମୁଖ୍ୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି ।

ଉତ୍ତରୀ ଆର୍ମି କମାଣ୍ଡର ଲିପ୍ଟନାଣ୍ଟ ଜେନେରାଲ ରନବିର ସିଂହଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ସେନା ପ୍ରତିନିଧି ଦଳ ଚାଇନାର ଅନେକ ସ୍ଥାନ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପିଏଲଏ ଫୋର୍ସର ମୁଖ୍ୟ କମାଣ୍ଡର ଜେନେରାଲ ହାନ ୱିଗୁଓଙ୍କ ସହ ବୈଠକ ପରେ ବେଜିଂ, ଚେଙ୍ଗଦୁ, ଉରୁମକି ଓ ସାଙ୍ଘାଇ ଆଦି ସ୍ଥାନକୁ ଗସ୍ତ କରିବେ । ସେଠାରେ ସେନା ପ୍ରତିନିଧିଙ୍କୁ ଭେଟିବା ସହ ଶାନ୍ତିବାର୍ତ୍ତା ମଧ୍ୟ କରିବେ ।
ଆମେରିକା-ଇରାନ ସଂପର୍କରେ ଚରମ ତିକ୍ତତାକୁ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । 2019ରେ ଉଭୟ ଦେଶର ସେନା ପୂର୍ବିୟ ସୀମା ମେଘାଳୟରେ ମିଳିତ ସମର ପ୍ରଶିକ୍ଷଣରେ ଭାଗ ନେଇଥିଲେ । ଫଳରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗୀତା ବୃଦ୍ଧିପାଇଛି । ଉଭୟ ଦେଶର ସେନାଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ବୃଦ୍ଧି ପାଇଛି । ତେବେ ଏହି 5 ଦିନିକିଆ ଗସ୍ତ 2 ଦେଶର ସେନା ସଂପର୍କକୁ ଆହୁରି ମଝବୁତ କରିବ ବୋଲି କୁହାଯାଉଛି । ତେବେ ଉତ୍ତରୀ ଆର୍ମି କମାଣ୍ଡରଙ୍କ ଏହା ଦ୍ବିତୀୟ ଥର ପାଇଁ ଚାଇନା ଗସ୍ତ । ପୂର୍ବରୁ 2015ରେ ପ୍ରଥମ ଗସ୍ତ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.