ETV Bharat / bharat

ବାପାଙ୍କ ବର୍ଥ ଡେ ଚିଠିରେ ମୋଦି ସରକାରଙ୍କୁ ତାତ୍ସଲ୍ୟ

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ 74ତମ ଜନ୍ମଦିନ । ଏହି ଅବସରରେ ପୁଅ କାର୍ତ୍ତୀ ଚିଦାମ୍ବରମ ତାଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି।

author img

By

Published : Sep 16, 2019, 12:19 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଜେଲ୍‌ରେ ବର୍ଥ ଡେ ପାଳିବେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଏହି ଅବସରରେ ବାପାଙ୍କୁ 74ତମ ଜନ୍ମଦିନର ଶୁଭେଚ୍ଛା ଜଣାଇ ବାପାଙ୍କୁ ଚିଠି ଲେଖିଛନ୍ତି କାର୍ତ୍ତି ଚିଦାମ୍ବରମ । INX ମିଡିଆ ମାମଲାରେ ତିହାର ଜେଲରେ ଚିଦାମ୍ବରମ ଥିବାବେଳେ ପୁଅ ଲେଖିଥିବା ଚିଠିରେ ଜନ୍ମଦିନର ଶୁଭେଚ୍ଛା କମ, ମୋଦି ସରକାରର ବିଫଳତା ବେଶୀ ବଖାଣିଛନ୍ତି।

p chidambaram birthday
ଫଟୋ ସୌଜନ୍ୟ: ଟ୍ବିଟର@kartiPC

ଚିଠିରେ ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳର 100ଦିନ ପୂର୍ତ୍ତି ବିଷୟରେ ସେ ଲେଖିଛନ୍ତି। ଏହା ସହ ‘ଚନ୍ଦ୍ରଯାନ-2’ର ଲ୍ୟାଣ୍ଡିଂ ଓ ମୋଦି, ଇସ୍ରୋ ପ୍ରମୁଖ କେ.ଶିବନଙ୍କୁ କୁଣ୍ଢାଇ ବୁଝାଉଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି । ଏହା ସହିତ ପିୟୁଷ ଗୋଏଲଙ୍କ ଆଇନଷ୍ଟାଇନ ବୟାନକୁ ନେଇ ମଧ୍ୟ ଲେଖିଛନ୍ତି କାର୍ତ୍ତି।

p chidambaram birthday
ଫଟୋ ସୌଜନ୍ୟ: ଟ୍ବିଟର@kartiPC

କେବଳ ଏତିକି ନୁହେଁ ଜିଡିପି ହାର 5 ପ୍ରତିଶତ ହ୍ରାସକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଅର୍ଥନୀତିର ମାନ୍ଦାବସ୍ଥା ଓ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ଚିଦାମ୍ବରମ ଏବେ ତିହାର ଜେଲରେ ଥିବାବେଳେ ପରବର୍ତ୍ତୀ ଶୁଣାଣୀ ରୋଉଜ ଏଭିନ୍ୟୁରେ ସେପ୍ଟେମ୍ବର 19ରେ ଓ ଦିଲ୍ଲୀ ହାଇକୋର୍ଟରେ ସେପ୍ଟେମ୍ବର 23ରେ ହେବ । ଚିଦାମ୍ବରମ୍‌କୁ ଖୁବଶୀଘ୍ର ହାଇକୋର୍ଟରୁ ବେଲ ମିଳିଯିବ ବୋଲି ତାଙ୍କ ଓକିଲ ଆଶାବାଦୀ ଥିବା ବେଳେ ଇଡି INX ମିଡିଆ ମାମଲାରେ ତାଙ୍କୁ ଗିରଫ କରିବା ନେଇ ଆଶା କରାଯାଉଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.