ETV Bharat / bharat

ପିଇବା ପାଣି ଚାହିଦା ମେଣ୍ଟାଇବା ପାଇଁ ଜଳ ସଂରକ୍ଷଣ ଅଭିଯାନ ଜରୁରୀ - ପିଇବା ପାଣି ଚାହିଦା ମେଣ୍ଟାଇବା

ପୃଥିବୀର ଦୁଇ-ତୃତୀୟାଂଶ ଯଦିଓ ଜଳ ଭାଗ, ହେଲେ କେବଳ ସାଢେ ଦୁଇ ପ୍ରତିଶତ ଜଳ କେବଳ ମଣିଷ ପାଇଁ ବ୍ୟବହାର ଉପଯୋଗୀ । ମୋଟ ଜନସଂଖ୍ୟା ପାଇଁ ଜଳ ଆବଶ୍ୟକତା ପୂରଣ କରିବାକୁ ହେଲେ ଜଳ ସଂରକ୍ଷଣ ଅନିବାର୍ଯ୍ୟ। ପିଇବା ପାଣି ଚାହିଦା ମେଣ୍ଟାଇବା ପାଇଁ ଜଳ ସଂରକ୍ଷଣ ଅଭିଯାନ ଜରୁରୀ । ଅଧିକ ପଢନ୍ତୁ...

ଜଳ ସଂରକ୍ଷଣ ଅଭିଯାନ ଜରୁରୀ
ଜଳ ସଂରକ୍ଷଣ ଅଭିଯାନ ଜରୁରୀ
author img

By

Published : Dec 11, 2020, 10:13 PM IST

ପୃଥିବୀର ଦୁଇ-ତୃତୀୟାଂଶ ଯଦିଓ ଜଳ ଭାଗ, ହେଲେ କେବଳ ସାଢେ ଦୁଇ ପ୍ରତିଶତ ଜଳ କେବଳ ମଣିଷ ପାଇଁ ବ୍ୟବହାର ଉପଯୋଗୀ । ମୋଟ ଜନସଂଖ୍ୟା ପାଇଁ ଜଳ ଆବଶ୍ୟକତା ପୂରଣ କରିବାକୁ ହେଲେ ଜଳ ସଂରକ୍ଷଣ ଅନିବାର୍ଯ୍ୟ। ବିଶୁଦ୍ଧ ପାଣି ସଂଗ୍ରହ, ବିତରଣ ଏବଂ ବ୍ୟବହାର ପାଇଁ ସଫଳ ଯୋଜନା ଏବଂ ରଣନୀତି ଅତି ଜରୁରୀ । ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବା ସକାଶେ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ, ଗ୍ରାମୀଣ ଆବାସ ଯୋଜନା, ଉଜ୍ଜଳା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଆଦି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି ।

ଯେହେତୁ ଅଧିକାଂଶ ଗାଁ ଏବେ ବି ବିଶୁଦ୍ଧ ପିଇବା ପାଣି ପାଇବାରୁ ବଞ୍ଚିତ ଅଛନ୍ତି, ସେଥିପାଇଁ ଜଳଶକ୍ତି ମନ୍ତ୍ରାଳୟ ପ୍ରତି ଘରେ ପାଇପ୍ ଜଳ ପହଞ୍ଚାଇବା ସକାଶେ ଜଳ ଜୀବନ ମିଶନ (ଜେଜେଏମ୍) ଆରମ୍ଭ କରିଛନ୍ତି। ଦେଶର ଗ୍ରାମାାଞ୍ଚଳରେ ସମସ୍ତ ଘରକୁ 2024 ସୁଦ୍ଧା ପାଇପ୍ ସଂଯୋଗ କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇ ଲକ୍ଷ୍ୟ ରଖାଯାଇଛି। ଭାରତରେ ମୁଣ୍ଡ ପିଛା ଯେତିକି ଜଳ ଉପଲବଧ ହେବା କଥା ସେଥିରେ ଦୃତ ହ୍ରାସ ଘଟୁଥିବା ଅନେକ ଗବେଷଣାରୁ ଜଣାପଡ଼ିଛି। ଜଳ ସଂରକ୍ଷଣ ଯେତିକି ହେବା କଥା ତାହା ନହୋଇ ଜଳ ବ୍ୟବହାର ମାତ୍ରା ବଢିବାରେ ଲାଗିଛି। ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଣ ଯୋଜନା କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା କରିବା ଲାଗି ଭାରତ ସରକାର 1972ରେ ତ୍ବରାନ୍ବିତ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା (ଏଆରଡବ୍ଲୁଏସପି) ଲାଗୁ କରିଛନ୍ତି।

ଜାତୀୟ ରୁରାଲ ଡ୍ରିଙ୍କିଙ୍ଗ ୱାଟର ପ୍ରୋଗ୍ରାମ (ଏନଆରଡବ୍ଲୁପି) 2017 ଜରିଆରେ ଜଳ ଶକ୍ତି ମନ୍ତ୍ରାଳୟ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ସକାଶେ ଲକ୍ଷ୍ୟ ରଖିଥିଲା। ହେଲେ ଦେଶରେ କେବଳ 3 କୋଟି 23 ଲକ୍ଷ ପରିବାର ପାଖରେ ପାଇପ୍ ସଂଯୋଗ ପାଇଛନ୍ତି। 2019 ଅଗଷ୍ଟରେ ଭାରତ ସରକାର ଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ୍ ପାଣି ଯୋଗାଇଦେବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଏନଆରଡିଡବ୍ଲୁପିକୁ ଜେଜେଏମରେ ମିଶାଇ ଦେଇଥିଲେ। ଗ୍ରାମାଞ୍ଚଳର ଜନସଂଖ୍ୟାକୁ ଆଧାର କରି ରାଜ୍ୟଗୁଡ଼ିକୁ ଦେଉଥିବା ଜେଜେଏମ ପାଣ୍ଠି ଅନୁଦାନ ସଂଶୋଧନ କରିଥିଲେ। ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକେ ରହୁଥିବା ଗାାଁ ଏବଂ ରାସାୟନିକ ଦୂଷିତ ଅଞ୍ଚଳ ପାଇଁ ସରକାର ପ୍ରାଥମିକତା ଦେଇଥିଲେ ।

ପୂର୍ବ ବଜେଟରେ ଏହି ବିଶାଳ ଯୋଜନା ପାଇଁ 10 ହଜାର କୋଟି ଟଂକା ବ୍ୟୟ ବରାଦ କରାଯାଇଥିଲା। 2019-20ରେ ଜେଜେଏମ୍ ଜରିଆରେ 83 ଲକ୍ଷ 84 ହଜାର ପରିବାର ଟ୍ୟାପ୍ ସଂଯୋଗ ପାଇଥିଲେ। 2020-21ରେ କେନ୍ଦ୍ର ସରକାର 23 ହଜାର 500 କୋଟି ଟଙ୍କାର ବ୍ୟୟ ବରାଦ କରିବା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଡେଡଲାଇନ ଧାର୍ଯ୍ୟ କରିଛନ୍ତି। ଗୋଆ ଶତ ପ୍ରତିଶତ ଟ୍ୟପ୍ ସଂଯୋଗ ଦେଇ ଲକ୍ଷ୍ୟ ହାସଲ କରିସାରିଛି । ହରିୟାଣା, ଜାମ୍ମୁ ଓ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ ଏବଂ ସିକ୍କିମ 2022 ସୁଦ୍ଧା ଲକ୍ଷ୍ୟ ପୂରଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଆସାମ, ଆନ୍ଧ୍ର ପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ 2024 ସୁଦ୍ଧା ଲକ୍ଷ୍ୟ ପୂରଣ କରିବାକୁ ଯୋଜନା ରଖିଛନ୍ତି । ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ 2023 ସୁଦ୍ଧା ଶତ ପ୍ରତିଶତ କଭରେଜ ପାଇଁ ଲକ୍ଷ୍ୟ ରଖିଛନ୍ତି। ତେଲଙ୍ଗାନା ମିଶନ ଭଗିରଥ ଜରିଆରେ ପ୍ରତିଟି ଗାଁ ଏବଂ ସହରର ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାରେ ସଫଳ ହୋଇଛି। ରାଜ୍ୟରେ ବର୍ତ୍ତମାନ 98.31 ପ୍ରତିଶତ ଲୋକଙ୍କ ପାଖରେ ଟ୍ୟାପ୍ କନେକସନ ରହିଛି ଏବଂ ଶହେ ପ୍ରତିଶତ ଟାର୍ଗେଟ ପୂରଣ କରିବାରେ ଦ୍ବିତୀୟ ରାଜ୍ୟ ହେବାକୁ ଯାଉଛି। ଗାଁ ଗହଳିରେ ପିଇବା ପାଣି ଯୋଗାଣ ନିଶ୍ଚିତ କରିବା ଦିଗରେ ଗ୍ରାମ ପଞ୍ଚାୟତ ଗୁଡ଼ିକ କାମ କରିବା ଆବଶ୍ୟକ ।

ପୋଖରୀ, ହ୍ରଦ ଆଦି ପାରମ୍ପରିକ ଜଳ ଉତ୍ସଗୁଡ଼ିକର ପୁନଃରୁଦ୍ଧାର କରିବା ଏବଂ ସେଗୁଡ଼ିକୁ ପାନୀୟ ଜଳ ଉପଯୋଗୀ କରିବା ଦିଗରେ ଉଦ୍ୟମ କରାଯିବା ଉଚିତ୍। ଭୂତଳ ଏବଂ ବର୍ଷା ଜଳ ଅମଳ ମଧ୍ୟ ସମାନ ଗୁରୁତ୍ବପୂର୍ଣ୍ଣ। ସରକାର ଏ ଦିଗରେ ଗବେଷଣା ଏବଂ ବିକାଶ ସଂସ୍ଥା, ଏନଜିଓ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ବିଭିନ୍ନ କମ୍ପାନି ସହିତ ମିଳିତ ଭାବେ କାର୍ଯ୍ୟ କରିବା ଦରକାର। ଏହା ହେଲେ ସମସ୍ତଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ସହିତ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣି ପାରିବା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.