ETV Bharat / bharat

'କାଶ୍ମୀରକୁ ନେଇ ସଂସଦରେ ଜବାବ ରଖନ୍ତୁ ସରକାର' - କାଶ୍ମୀର

ଜମ୍ମୁ-କାଶ୍ମୀରର ବର୍ତ୍ତମାନ ସ୍ଥିତି ଉପରେ ସରକାର ସଂସଦରେ ଜବାବ ରଖନ୍ତୁ ବୋଲି ଓମାର ଅବଦ୍ଦୁଲା କହିଛନ୍ତି । କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିବା ସମ୍ବିଧାନର 35-ଏ ଧାରାକୁ ରଦ୍ଦ କରାଯାଉ ନାହିଁ ବୋଲି ସରକାରଙ୍କ ଠାରୁ ସଂସଦରେ ଆଶ୍ବାସନା ଦାବି କରିଛନ୍ତି ସେ ।

ଫାଇଲ ଫଟୋ
author img

By

Published : Aug 3, 2019, 6:49 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରା ରଦ୍ଦ କରି ପର୍ଯ୍ୟଟକଙ୍କୁ ତୁରନ୍ତ ଫେରିଯିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଲଗାତାର ବୈଠକ କରୁଛନ୍ତି । ଏନେଇ ଆଜି(ଶନିବାର) ଜମ୍ମୁ-କାଶ୍ମରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ଓମାର ଅବଦ୍ଦୁଲା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟିଛନ୍ତି ।

ତେବେ ନିଜର ସାକ୍ଷାତକାର ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଓମାର କହିଛନ୍ତି, 'ଆମେ ଜମ୍ମୁ-କାଶ୍ମୀରର ବର୍ତ୍ତମାନ ସ୍ଥିତି ଉପରେ ଜାଣିବାକୁ ଚାହୁଁଛୁ । ଏଠାରେ କିଛି ବଡ ଧରଣର ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ କ'ଣ ହେଉଛି ତାହା କେହି ସ୍ପଷ୍ଟ କରୁନାହାଁନ୍ତି' ।

'ତେଣୁ ଅମରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା ଏବଂ ପର୍ଯ୍ୟଟକଙ୍କୁ ଫେରିଯିବାକୁ କୁହାଯିବା ପଛର କାରଣ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ସୋମବାର ସଂସଦରେ ଉତ୍ତର ରଖିବା ଉଚିତ ବୋଲି ସେ କହିଛନ୍ତି । ଲୋକଙ୍କୁ ଡରିବାର ଆବଶ୍ୟକତା ନାହିଁ ବୋଲି ଆମେ ସଂସଦରେ ଶୁଣିବାକୁ ଚାହୁଁଛୁ । ବିଭାଜନ ସମୟରେ ଜମ୍ମୁ-କାଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ଅଧିକାର ଛିନ୍ନ କରାଯାଉନାହିଁ ବୋଲି ସରକାର ସଂସଦରେ ଆଶ୍ବାସନା ଦିଅନ୍ତୁ ବୋଲି ସେ କହିଛନ୍ତି' ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ କାଶ୍ମୀରକୁ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି ସେଥିରୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିବା ସମ୍ବିଧାନର 35-ଏ ଧାରାକୁ ରଦ୍ଦ କରାଯାଉ ନାହିଁ କି ଅନୁଚ୍ଛେଦ 370 ତଥା ରାଜ୍ୟକୁ 3 ଭାଗରେ ବିଭକ୍ତ କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.