ETV Bharat / bharat

ଓମ୍ ବିର୍ଲା ଲୋକସଭା ବାଚସ୍ପତି ନିର୍ବାଚିତ

ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରାଜସ୍ଥାନର କୋଟା ସଂସଦୀୟ କ୍ଷେତ୍ରର ସାଂସଦ ଓମ୍ ବିର୍ଲା । ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ଗୃହ ପକ୍ଷରୁ ସ୍ୱାଗତ ଜଣାଇଛନ୍ତି ।

author img

By

Published : Jun 19, 2019, 2:09 PM IST

ଫଟୋ ସୌଜନ୍ୟ: ଟ୍ୱିଟର @ombirlakota

ନୂଆଦିଲ୍ଲୀ: ରାଜସ୍ଥାନ କୋଟା ସଂସଦୀକ୍ଷ କ୍ଷେତ୍ରର ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ମୁଖ୍ୟ ବିରୋଧି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ବିଜେଡି ଆଦି ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଶାସକ ଏନଡିଏ ପକ୍ଷରୁ ସେ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଗତକାଲି ଠାରୁ ଚର୍ଚ୍ଚା ହେଉଥିଲା ।

ଚଳିତ ଲୋକସଭାର ନୂତନ ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, " ମୁଁ ତାଙ୍କ ସହ ବେଶ୍ ଦୀର୍ଘ ସମୟ ଧରି କାମ କରିଛି । ଜଣେ ଛାତ୍ର ନେତା ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଲୋକସଭାର ବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାରୁ ମୁଁ ତାଙ୍କୁ ଗୃହ ପକ୍ଷରୁ ସ୍ବାଗତ ଜଣାଉଛି । "

କୋଟା ସାଂସଦ ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ନେଇ ଗତକାଲି ଶାସକ ଏନଡିଏ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ବାଣିଜ୍ୟ ପରିବହନ ମନ୍ତ୍ରୀ ପ୍ରମୁଖ ତାଙ୍କର ପ୍ରସ୍ତାବକ ଥିଲେ । ଏହି ପ୍ରସ୍ତାବକୁ ଶିବସେନା, ବିଜେଡି, ନେସନାଲ୍ ପିପୁଲ୍ସ ପାର୍ଟି, ମିଜୋରାମ୍ ନେସନାଲ ଫ୍ରଣ୍ଟ୍, ଅକାଳୀ ଦଳ, ୱାଏସଆର କଂଗ୍ରେସ, ଲୋକ ଜନଶକ୍ତି ପାର୍ଟି, ଜେଡିୟୁ , ଏଆଇଏଡିଏମକେ, ଅପନା ଦଳ ପ୍ରମୁଖ ସମର୍ଥନ କରିଥିଲେ ।

ସ୍ଲଗ- ଶ୍ୱଶୁର ଘରେ ଜ୍ବାଇଁର ଉନ୍ମତ କାଣ୍ଡ। 6ଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ କାବୁ କଲେ ଗ୍ରାମବାସୀ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 6/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ୱଶୁର ଘରେ ଜ୍ବାଇଁର ଭିଆଇଛି ଉନ୍ମତ୍ତ କାଣ୍ଡ। ଶାଶୁ ସ୍ୱଶୂର ସହିତ ପୋଲିସ କୁ ମଧ୍ୟ ମାରଣାତ୍ମକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ସହାୟତାରେ ଜ୍ବାଇଁକୁ କାବୁ କରି ଥାନାକୁ ପଠାଯାଇଥିବା ଜଣାପଡିଛି। 
ସୂଚନା ଅନୁଯାୟୀ, ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ଖାଲିନା ଗ୍ରାମରେ ଜଣେ ଯୁବକ ତା ଶଶୁର ଘରେ ଉନ୍ମତ୍ତ କାଣ୍ଡ ଭିଆଇଛି।ଶାଶୁ,ଶଶୁର ଓ ଶଳା ସମେତ ଛଅ ଜଣକୁ ଧାରୁଆ ଅସ୍ତ୍ରରେ ହାଣିଥିବା ବେଳେ ଶଶୁର ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ଉନ୍ମତ କାଣ୍ଡ ଭିଆଇ ଥିବା ଏହି ଯୁବକକୁ ଆୟତ୍ତ କରିବାକୁ ନାମ୍ପୋ ଫାଣ୍ଡି ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଗ୍ରାମବାସୀଙ୍କ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଖାଲିନା ଗ୍ରାମର ନିଳାମ୍ବର ପାଣିଗ୍ରାହୀଙ୍କ ଘରକୁ ଆଜି ସକାଳେ ତାଙ୍କ ଜ୍ବାଇଁ ଆରୁହାବୃତ୍ତି ଗ୍ରାମର ରଞ୍ଜନ ପଣ୍ଡା(୨୮)ପହଞ୍ଚି ତାର ପତ୍ନୀ କାହିଁକି ଏଠାରେ ରହିଛି କହି ଘରୁ ଧରି ଆସିଥିବା ଏକ ପନଖି ଓ କତା କୁ ଦେଖାଇ ଧମକ ଦେଇଥିଲା। ଆଉ ଶେଷରେ ଏଥିପାଇଁ ତା ଶାଶୁ ଜୟନ୍ତୀ କୁ ଦାୟୀ କରି ତାଙ୍କ ତଣ୍ଟିରେ ଧାରୁଆ ଅସ୍ତ୍ର ଲଗାଇ ଧମକ ଦେଇଥିଲା।ରଞ୍ଜନ କୁ ରୋକିବାକୁ ଯିବାରୁ ଶଳା ସିପୁନ(୧୫),ଦେଡଶାଳି ସସ୍ମିତା, ଗ୍ରାମବାସୀଙ୍କ ତରଫରୁ ଜଗା ଦାସ(୨୬),ବିଶ୍ବଜିତ ଦାସ(୨୮)ଏମାନଙ୍କୁ ମଧ୍ୟ ହାଣି ପକାଇ ଥିଲା। ଏହି ଖବର  ଗାଁସାରା ବ୍ୟାପିଯିବା ପରେ ଶତାଧିକ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ। ବେଶ କିଛି ସମୟ ଏହାକୁ ନେଇ ସେଠାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ଜୟନ୍ତୀ ଙ୍କ ସୁରକ୍ଷା ପାଇଁ ତାଙ୍କୁ ଉଦ୍ଧାର କରିବାକୁ  କେହି ସାହସ କରିନଥିଲା।ଶେଷରେ ଗ୍ରାମବାସୀ ନାମ୍ପୋ ଫାଣ୍ଡି ପୁଲିସକୁ ଏନେଇ ଖବର ଦେବା ପରେ ଏଏସଆଇ ଭଗବାନ ଦାସ ଫୋର୍ସ ସହ ସେଠାରେ ପହଞ୍ଚି ଥିଲେ ମଧ୍ୟ ପୋଲିସ କୁ ନାକେଦମ  ହେବାକୁ ପଡିଥିଲ। ଦୀର୍ଘସମୟ ପରେ ଶେଷରେ ଗ୍ରାମବାସୀ ଙ୍କ ସହାୟତାରେ  ପୋଲିସ ରଞ୍ଜନ କୁ ଜବତ କରୁଥିବା ସମୟରେ ପୋଲିସ ମଧ୍ୟ  ଆକ୍ରମଣର ଶିକାର ହୋଇଛି। ଗୁରୁତରମାନେ ନାମ୍ପୋ ଓ ଜଳେଶ୍ବର ଜିକେ ଭଟ୍ଟର ହସପିଟାଲରେ ଚିକିତ୍ସାଧୀନ  ଥିବା ଜଣା ପଡ଼ିଛି। ତେବେ ଶାଶୁ ଜୟନ୍ତୀ ର ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ରଞ୍ଜନ କୁ ପୁଲିସ ଗିରଫ ଦର୍ଶାଇ ଥିବା ବେଳେ ଶଶୁର ନିଳାମ୍ବରଙ୍କ ଅଭିଯୋଗ ଆଧାରରେ ପୁଲିସ ୧୧୯ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.