ETV Bharat / bharat

ସ୍ବାଧୀନତା ଦିବସରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇବେ ଓଲି ! - ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି

ସ୍ବାଧୀନତା ଦିବସରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବେ ବୋଲି ଜଣାପଡିଛି । ଏନେଇ କାଠମାଣ୍ଡୁର ଏକ ଖବରକାଗଜରେ ପ୍ରକାଶ ପାଇଛି ।

ସ୍ବାଧୀନତା ଦିବସରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇବେ ଓଲି !

author img

By

Published : Aug 13, 2020, 5:52 PM IST

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଦୀର୍ଘ ଦିନରୁ ସୀମା ବିବାଦ ଜାରି ରହିଛି । ତେବେ ଇତି ମଧ୍ୟରେ ସ୍ବାଧୀନତା ଦିବସରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବେ ବୋଲି ଜଣାପଡିଛି । ଏନେଇ କାଠମାଣ୍ଡୁର ଏକ ଖବରକାଗଜରେ ପ୍ରକାଶ ପାଇଛି ।

କାଠମାଣ୍ଡୁ ଭିତ୍ତିକ ସମ୍ବାଦପତ୍ର ଜାନାସ୍ତା ଅନୁଯାୟୀ, 'ଅଗଷ୍ଟ 15ରେ ଭାରତ ନିଜର 73 ତମ ସ୍ବାଧୀନତା ଦିବସ ପାଳନ କରିବ । ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ଓଲି ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ଅଭିବାଦନ ଜଣାଇବେ । ଏହା ବ୍ୟତୀତ ସେ ଭାରତ ଏବଂ ନେପାଳର ଦ୍ବିପାକ୍ଷିକ ସ୍ବାର୍ଥ ଏବଂ ପାରସ୍ପରିକ ଲାଭ ବିଷୟରେ ଆଲୋଚନା କରିବେ ।'

ନିକଟରେ ନେପାଳ ଏକ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ଉତ୍ତରାଖଣ୍ଡର କିଛି ଅଂଶକୁ ନିଜର ନୂତନ ରାଜନୈତିକ ମାନଚିତ୍ରରେ ଅନ୍ତର୍ଭୁକ୍ତ କରି ଭାରତ ପ୍ରତି ଆକ୍ରମଣାତ୍ମକ ମନୋଭାବ ଆପଣାଇଥିଲା । ଓଲି ସରକାର ନେପାଳ ସଂସଦରେ ଏହି ନୂତନ ମାନଚିତ୍ରକୁ ଅନୁମୋଦନ ମଧ୍ୟ କରିଥିଲେ। ଏହି ମାନଚିତ୍ରରେ ନେପାଳ କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନିଜର ବୋଲି ଦର୍ଶାଇଛି ।

ସେପଟେ ଭାରତ ନେପାଳର ଆଞ୍ଚଳିକ ଦାବିକୁ କୃତ୍ରିମ ବିସ୍ତାର ବୋଲି କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ 8 ରେ ଉତ୍ତରାଖଣ୍ଡର ଧର୍ଚୁଲା ସହିତ ଲିପୁଲେଖକୁ ସଂଯୋଗ କରୁଥିବା 80 କିଲୋମିଟର ଲମ୍ବ ରାସ୍ତା ଉଦ୍‌ଘାଟନ କରିବା ପରେ ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତ ହୋଇପଡିଥିଲା। ଏହି ରାସ୍ତା ନେପାଳ ଅଞ୍ଚଳ ଦେଇ ଯାଇଥିବା ଦାବି କରି କାଠମାଣ୍ଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସେପଟେ ଭାରତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହି ରାସ୍ତା ଭାରତୀୟ ଅଞ୍ଚଳରେ ଅଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.