ETV Bharat / bharat

ପୁରୁଣାଙ୍କୁ ବିଦା, ବଦଳୁଛି ବିହାର ବିଜେପି ଚେହେରା

author img

By

Published : Nov 18, 2020, 11:32 AM IST

ବିହାରରେ ବିଜେପିର ନୂଆ ଷ୍ଟ୍ରାଟେଜୀ । ବରିଷ୍ଠଙ୍କୁ ବିଦା କରି ନୂଆ ଚେହେରାଙ୍କୁ ସୁଯୋଗ ଦେଉଛି ଦଳ । ଅଧିକ ପଢନ୍ତୁ...

ବିହାର ବିଜେପି ଚେହେରା
ବିହାର ବିଜେପି ଚେହେରା

ପାଟନା:ବିହାରରେ ବଢୁଛି ବିଜେପି । ବିଧାନସଭା ନିର୍ବାଚନରେ ଦଳ 74 ଆସନ ଜିତି ନିଜର ଶକ୍ତିକୁ ଆହୁରି ସୁଦୃଢ କରିଛି । ଏହାପରେ ଦଳ ବିହାରରେ ନିଜକୁ ଆହୁରି ସଶକ୍ତ କରିବାକୁ ଅଣ୍ଟା ଭିଡିଛି । ରାଜ୍ୟରେ ଦଳର ପୁରୁଣା ଚେହେରାଙ୍କୁ ହଟାଇ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି ବିଜେପି ।

ନୂଆ ନେତାଙ୍କୁ ନୂଆ ନୂଆ ଦାୟିତ୍ବ ଦେଇ ଦଳକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି । ଆଗାମୀ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏବେଠାରୁ ଦଳ ଗୋଟି ଚଳାଇବା ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ବିହାରର ନୂତନ ସରକାରରୁ ନିଜର ବରିଷ୍ଠ ନେତାକୁ ବାଦ ଦେଇଛି ବିଜେପି ।

ମନ୍ତ୍ରିମଣ୍ଡଳରେ ନାହିଁ ସୁଶୀଲ ମୋଦିଙ୍କ ସ୍ଥାନ

ବିହାରରେ ଜେଡିୟୁ ଓ ବିଜେପି ମଧ୍ୟରେ ମେଣ୍ଟ ସରକାର ଗଠନ ହେବାଠାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭରସାଯୋଗ୍ୟ ନେତା ରହିଥିଲେ ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । 2005 ମସିହା, 2010 ଓ 2017 ମସିହାରେ ସୁଶୀଲ ମୋଦି ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ବିହାରରେ ସେ ବିଜେପିର ଚେହେରା ଭାବେ ନିଜକୁ ପ୍ରତିପାଦିତ ମଧ୍ୟ କରିଛନ୍ତି ।

ହେଲେ 2020 ବିଧାନସଭା ନିର୍ବାଚନ ପରେ ଏନଡିଏ ସରକାର ଗଠନ କରିଥିବାବେଳେ ସୁଶୀଲଙ୍କୁ ମନ୍ତ୍ରିମଣ୍ଡଳରୁ ଅଲଗା ରଖାଯାଇଛି । ତାଙ୍କୁ ନୀତିଶ କ୍ୟାବିନେଟରେ ଚଳିତ ଥର ସ୍ଥାନ ମିଳିନାହିଁ । ଯାହା ବିଜେପିର ନିଷ୍ପତ୍ତି ବୋଲି ନୀତିଶ କହିଛନ୍ତି ।

2020 ନିର୍ବାଚନରେ ବିଜେପି 74 ଆସନରେ ବିଜୟୀ ହୋଇଛି । ମେଣ୍ଟରେ ବିଜେପିକୁ ମିଳିଥିବା 122 ଆସନରୁ ଭିଆଇପି 11ଟି ଆସନରେ ଲଢିଥିବାବେଳେ ବାକି 111 ଆସନରୁ ଲଢିଥିବା ଦଳ । ଆଉ 111 ଆସନରୁ 74 ଆସନରେ ବିଜୟୀ ହୋଇଛି ବିଜେପି । ଯାହାକୁ ଦଳର ବୃହତ ବିଜୟ ବୋଲି କୁହାଯାଇପାରିବ ନାହିଁ । କାରଣ 2010 ମସିହାରେ ଦଳ 102 ଆସନରୁ ପ୍ରାର୍ଥୀ ଦେଇଥିବାବେଳେ 91ଟିରେ ବିଜୟ ହାସଲ କରିଥିଲା ।

ତେବେ ଚଳିତ ବର୍ଷର ନିର୍ବାଚନରେ ବିଜେପି, ମୋଦି ସରକାରଙ୍କ ସଫଳତାକୁ ବିହାରରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇଛି । ଦଳର ନେତୃତ୍ବ ମୋଦି ସରକାରଙ୍କ ଯୋଜନା କିପରି ବିହାରରେ ଫଳପ୍ରଦ ହୋଇଛି ତାହା ବୁଝାଇବାରେ ବିଫଳ ହୋଇଛନ୍ତି । ଯେଉଁଥିପାଇଁ ସୁଶୀଲ ମୋଦିଙ୍କ ଦଳ ଦାୟୀ କରୁଥିବା ଚର୍ଚ୍ଚା ହେଉଛି ।

ତେବେ କେନ୍ଦ୍ରରେ ସୁଶୀଲଙ୍କୁ ବଡ ପଦବୀ ମିଳିବାକୁ ଥିବାରୁ ରାଜ୍ୟ ସରକାରରୁ ତାଙ୍କୁ ଦୂରେଇ ରଖାଯାଇଥିବା ବିଜେପି ନେତୃତ୍ବ କହୁଛନ୍ତି । ହେଲେ ତାଙ୍କୁ ଦଳ କି ପଦବୀ ଦେବ ତାହା ଏବେ କହିବା ମୁସକିଲ ହୋଇପଡିଛି ।

ପ୍ରେମ କୁମାର

ଗୟା ବିଧାନସଭାରୁ 8 ଥରର ବିଧାୟକ ହୋଇଛନ୍ତି ପ୍ରେମ କୁମାର । ଦଳର ବିବାଦୀୟ ନେତା ଭାବେ ପରିଚୟ ହାସଲ କରିଛନ୍ତି ସେ । 2014 ମସିହାରେ ଯେତେବେଳେ ବିଜେପି ବିରୋଧୀ ଦଳରେ ଥିଲା ସେତେବେଳେ କିଏ ବିରୋଧୀ ଦଳର ନେତା ହେବା ଉଚିତ୍‌ ବୋଲି ପ୍ରଶ୍ନ ଉଠାଇ ନନ୍ଦ କିଶୋର ଯାଦବଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇ ଥିଲେ ସେ ।

ଏପରିକି 2017 ମସିହାରେ ଯେତେବେଳେ ଆରଜେଡି ହାତ ଛାଡି ଜେଡିୟୁ, ବିଜେପି ହାତ ଧରି ସରକାର ଗଠନ କରିଥିଲା । ସେତେବେଳେ ପ୍ରେମ କୁମାର ଦଳର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏବେ ଦଳ ତାଙ୍କୁ ବଡ ଦାୟିତ୍ବ ଦେବ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ବିଜେପି ବିହାର ସଙ୍ଗଠନରେ ନୂଆ ଚେହେରା ଆଣିବାକୁ ଚାହୁଁଛି । ଯେଉଁଥିପାଇଁ ବରିଷ୍ଠ ନେତାଙ୍କୁ ନୂଆ ନୂଆ ଦାୟିତ୍ବ ଦେଉଥିବା ଚର୍ଚ୍ଚା ହେଉଛି ।

ନନ୍ଦକିଶୋର ଯାଦବଙ୍କୁ ବାଚସ୍ପତି ଦାୟିତ୍ବ !

ନନ୍ଦ କିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ଦାୟିତ୍ବ ବିଜେପି ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସେ ପାଟନା ସିଟି ଆସନରୁ ବିଧାୟକ ଥିବାବେଳେ ବିଜେପି ଓ ଜେଡିୟୁ ମଧ୍ୟରେ ତାଳମେଳ ରଖିବାରେ ଅନେକ କାମ କରିଛନ୍ତି । ଏହାସହ ସେ ଯାଦବ ଚେହେରା ଥିବାରୁ ଦଳ ତାଙ୍କୁ ଏହି ପଦ ଦେଇ ଯାଦବଙ୍କୁ ଖୁସ କରିବାକୁ ଚାହୁଁଥିବା କୁହାଯାଉଛି ।

ବିହାରରେ ବିଜେପିର ନୂଆ ଷ୍ଟ୍ରାଟେଜି

ବିଜେପି ବିହାରରେ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି । ଯେଉଁଥିରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି । ଯାହା ଦଳକୁ ଆଗାମୀ ଦିନରେ ସହାୟତା କରିବ ବୋଲି କୁହାଯାଉଛି । ସେପଟେ ମଙ୍ଗଲ ପାଣ୍ଡେଙ୍କୁ ଦଳ କ୍ୟାବିନେଟ ପାହ୍ୟା ଦେବା ସହ ସ୍ବାସ୍ଥ୍ୟ ଓ ସଡକ ବିଭାଗ ଦିଆଯାଇଛି । ଯାହା ଦଳରେ ତାଙ୍କର ଆଧିପତ୍ୟ ଜାହିର କରୁଛି ।

ବିଜେପି ଲୋକସଭା ସହିତ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପାଇଁ କାମ କରିବା ଆରମ୍ଭ କରିଦେଇଛି । ଯେଉଁଥିପାଇଁ ବିହାରରେ ଯୁବ ନେତୃତ୍ବକୁ ସୁଯୋଗ ଦେଇ ଏକ ବାର୍ତ୍ତା ଦେବାକୁ ଚାହୁଁଛି । ଦଳ ଯୁବକଙ୍କ ସହିତ ଥିବାର ବିଶ୍ବାସ ଜନତାଙ୍କୁ ଦେଉଛି ।

ବିହାରରେ ଆରଜେଡି ନେତା ତେଜସ୍ବୀ ଯାଦବ ବେକାରୀ ପ୍ରସଙ୍ଗ ଉଠାଇ ଯୁବ ଗୋଷ୍ଠୀର ବିଶ୍ବାସ ଭାଜନ ହୋଇଥିବାବେଳେ ଏହାକୁ ଦଳ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛି । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବିଜେପି ପାଇଁ ଯୁବଗୋଷ୍ଠୀ ହିଁ ଭରସା ସାଜିଥିବାରୁ ବିହାରରେ ଯୁବକଙ୍କ କ୍ଷମତା ଦେବାକୁ ଯାଇ ବରିଷ୍ଠଙ୍କୁ ବିଦା କରୁଛି । ଏଥିରୁ ହିଁ ଦଳ ଦୁଇ ରାଜ୍ୟକୁ ସଙ୍କେତ ଦେବାକୁ ଚାହୁଁଛି, ଯେ ଦଳ ଯୁବ ଗୋଷ୍ଠୀଙ୍କ ସହିତ ରହିଛି ।

ସୂଚନାଥାଉକି, ଉତ୍ତର ପ୍ରଦେଶ ପାଇଁ ବିହାର ବିଜେପିର ବରିଷ୍ଠ ନେତା ରାଧାମୋହନ ସିଂଙ୍କୁ ନିର୍ବାଚନୀ ଇନଚାର୍ଜ ଦାୟିତ୍ବ ଦିଆଯାଇଥିବାବେଳେ ସଞ୍ଜୀବ ଚୌରେସିଆଙ୍କୁ କୋ-କନଭେନର ଭାବେ ଦାୟିତ୍ବ ଦିଆଯାଇଛି । ସିକିମ୍‌ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ପୁଅ ଓ ଦିଘାର ବିଧାୟକ ହେଉଛନ୍ତି ସଞ୍ଜୀବ ।

ସେହିପରି ଛତିଶଗଡର କୋ-କନଭେନର ଭାବେ ନିତୀନ ନବୀନଙ୍କୁ ଦାୟିତ୍ବ ଦେଇଛି ଦଳ । ଯାହା ବିହାରରେ ବିଜେପି ନୂଆ ଚେହେରାଙ୍କୁ ଅଧିକ ଗୁରୁତ୍ବ ଦେଉଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.