ନୂଆଦିଲ୍ଲୀ: ଲଣ୍ଡନ ଜଳ ସୀମାରୁ ଅଟକ ରହିଥିବା ଇରାନ ଜାହାଜ ଗ୍ରେସ-1ରେ ଥିବା ଭାରତୀୟ କର୍ମଚାରୀଙ୍କୁ ଭେଟିବ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଏକ ପ୍ରତିନିଧି ଦଳ । ଏନେଇ ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ସୋମବାର କହିଛନ୍ତି ।
ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି(ବୁଧବାର) ବୈଦେଶିକ ମନ୍ତ୍ରଣାଳୟର ଏକ ପ୍ରତିନିଧି ଦଳ ଲଣ୍ଡନ ଗସ୍ତ କରିବ । ଏହି ଟିମ ଲଣ୍ଡନଠାରେ ଉଚ୍ଚାୟୁକ୍ତଙ୍କୁ ଭେଟିବ । ଏହା ସହିତ ଅପହୃତଙ୍କୁ ଭେଟିବ ବୋଲି ମନ୍ତ୍ରୀ ମୁରଲୀଧରନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅପହୃତାଙ୍କ ସମ୍ପର୍କରେ ଆମେ ଖବର ରଖିଛୁ । ଏନେଇ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ସହିତ ଯୋଗାଯୋଗରେ ରହିଛୁ । ସେପଟେ ଭାରତୀୟ ଉଚ୍ଚାୟୁକ୍ତଙ୍କ ନେତୃତ୍ବରେ ଏକ ଟିମ ଅପହୃତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଭାରତୀୟ ଉଚ୍ଚାୟୁକ୍ତଙ୍କ ନେତୃତ୍ବରେ ଏକ ଟିମ ମଧ୍ୟ ସେମାନଙ୍କୁ ଭେଟିବାକୁ ଯୋଜନା କରୁଥିବା ମନ୍ତ୍ରୀ ମୁରଲୀଧରନ କହିଛନ୍ତି ।
ସୂଚନା ଯୋଗ୍ୟ ଇରାନୀ ଜାହାଜକୁ ବ୍ରିଟିଶ ମେରାଇନ ପୋଲିସ ଓ ଗିବ୍ରଲଟାର ପ୍ରତିନିଧି ଅଟକ ରଖିଥିଲେ । ତେବେ ଉକ୍ତ ଜାହାଜରେ 24 ଜଣ ଭାରତୀୟ ରହିଥିବା ସୂଚନା ରହିଛି । ଏହା ସହିତ ଉକ୍ତ ଜାହାଜରେ ଅନ୍ୟ ଦେଶର ନାଗରିକ ମଧ୍ୟ ରହିଥିବା ସୂଚନା ରହିଛି ।